ନୂଆଦିଲ୍ଲୀ,୨୨/୧୦: ଗୁଗଲ ଏହାର ଲିଡରଶିପ ଟିମ୍‌ରେ ବଡ ପରିବର୍ତ୍ତନ କରିଛି । ଭାରତୀୟ  ବଂଶୋଦ୍ଭବ ପ୍ରଭାକର ରାଘବନଙ୍କୁ କମ୍ପାନି ଏହାର ମୁଖ୍ୟ  ଟେକ୍ନୋଲୋଜି  ଅଫିସର(ସିଟିଓ)  ଭାବେ ଅବସ୍ଥାପିତ  କରିଛି । ଗୁଗଲ  ଏବେ ଏଆଇ  କ୍ଷେତ୍ରରେ ଦ୍ରୁତ ଭାବେ ଅଗ୍ରସର ହେଉଛି । ଫଳରେ କମ୍ପାନି ଏହାର  ଟିମ୍‌କୁ ପୁନଃ ସଙ୍ଗଠିତ କରୁଛି । ଗୁଗଲ  ଏବେ ମାଇକ୍ରୋସଫ୍ଟ ଭଳି କମ୍ପାନି  ସହ ଏଆଇ କ୍ଷେତ୍ରରେ ପ୍ରତିଯୋଗିତା  କରୁଛି । ସର୍ଚ୍ଚ ଆଲଗୋରିଦମ  କ୍ଷେତ୍ରରେ ରାଘବନଙ୍କୁ ଏବେ ବିଶ୍ୱର  ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବୋଲି  କୁହାଯାଉଛି । ୧୨ ବର୍ଷ ପୂର୍ବେ ସେ  ଗୁଗଲରେ ଯୋଗ ଦେଇଥିଲେ ।  କମ୍ପାନିରେ ଗୁଗଲ ସର୍ଚ୍ଚ ଭଳି ବଡ଼  ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କୁ ବାର୍ଷିକ  ୩୦୦ କାଟି ଟଙ୍କାର ପ୍ୟାକେଜ ମିଳିବ ।