ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଯାହା ବିଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ଅଧିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PMJAY)ର ସମନ୍ବିତ କାର୍ଯ୍ୟାନ୍ବୟନ ମାଧ୍ୟମରେ ଆମେ ବର୍ତ୍ତମାନ ୨୯ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟର ଏକ ଦେଶବ୍ୟାପୀ ନେଟଓ୍ବାର୍କ ଜରିଆରେ ୧.୦୩ କୋଟି ପରିବାରର ପ୍ରାୟ ୩.୪୬ କୋଟି ବ୍ୟକ୍ତିଙ୍କୁ ସୁନିଶ୍ଚିତ ଏବଂ ନଗଦବିହୀନ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛୁ । ବର୍ଷ ୨୦୨୬-୨୭ ପାଇଁ ମୁଁ ଏହି ଯୋଜନା ଗୁଡିକ ନିମନ୍ତେ ୪ ହଜାର ୨ ଶହ ୭୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରୁଛି ।