କଟକରୋଡ,୧୫/୦୩: ବଡ଼ଗଡ଼ ଥାନା ଅଞ୍ଚଳରେ ଆତଙ୍କ ଖେଳାଇବା ଓ ସଂଘବଦ୍ଧ ଆକ୍ରମଣ କରିବା ଘଟଣାରେ ପୁଲିସ ଜଣେ ଯୁବତୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି । ସେମାନେ ହେଲେ ସଂଗ୍ରାମ ଜେନା, ପ୍ରତ୍ୟୁଷ ନାୟକ, ଆଦିତ୍ୟ କହଂର ଓ ପୂଜା ବେହେରା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଷ୍ପା ଓରଫ ପି.ରାମଲୁ ଏବେ ବି ଫେରାର ରହିଛି ।

ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣରେ ଗିରଫ ୪ ଅଭିଯୁକ୍ତଙ୍କ ସହ ରାମୁଲୁ ଗୌତମନଗର ବସ୍ତି ନିକଟରେ ଆତଙ୍କ ଖେଳାଇଥିଲେ । ସେମାନେ ସଂଘବଦ୍ଧ ଭାବେ ସ୍ଥାନୀୟ ଅଂଚଳର ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଫଲରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହେଇଥିଲା । ଘଟଣାକୁ କମିଶନରେଟ ପୁଲିସ ଗୁରୁତର ସହ ନେଇଥିଲା । ତଦନ୍ତ ପରେ ଗିରଫ ପୂଜା ମୁଖ୍ୟ ଅଭିଯୁକ୍ତ ରାମଲୁର ବାନ୍ଧବୀ ବୋଲି ଜଣାପଡିଛି । ଅଭିଯୁକ୍ତମାନଙ୍କଠାରୁ ଏକ ଖଣ୍ଡା ଓ ବାଇକ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ :-  ଘରୁ ଗ୍ୟାସ ଟାଙ୍କି ଉଠାଇନେଲା ଚୋର, ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ