ଭୁବନେଶ୍ୱର,୫।୨: ରାଜସ୍ବ ବିଭାଗରେ ମଧ୍ୟସ୍ଥି ଯୁଗ ଶେଷ । ରାଜସ୍ବ ସେବା ଓ ଲେକଙ୍କ ମଧ୍ୟରେ ରହିବେନି ତୃତୀୟ ପାର୍ଟି । ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ । ଏଣିକି ଗୋଟିଏ କ୍ଲିକରେ ଜମିଜମା କାର୍ଯ୍ୟ । ଘରେ ବସି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା । ସେ ବି ପୁଣି ୨୪ ଘଣ୍ଟିଆ ସେବା ଯୋଗାଇବେ ସରକାର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନା ଅନୁଯାୟୀ, ଲୋକସେବା ଭବନରେ ଆମ ସାଥି ସହାୟକ ୟୁନିଫାଏଡ୍ ହ୍ୱାଟସଆପ୍‌ ଚାକ୍ ବଟ୍ ର ଉନ୍ମୋଚନ । ଏହାର ଅର୍ଥ ଆଜିଠୁ ହ୍ୱାଟସଆପ୍‌ ମେସେଜରେ ମିଳିବ ରାଜସ୍ବ ସେବା । 9437292000 WhatsApp ନଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡ଼ିକ ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ମିଳିବ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ- ବିଶ୍ୱ ଦରବାରରେ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ ଓଡ଼ିଶାର ପାରମ୍ପରିକ ପୋଷାକ, ସହଜ ହେବ ରପ୍ତାନି​​​​​​​