ଭୁବନେଶ୍ୱର, ୫।୨: ଓଡ଼ିଶା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି । ବିଶ୍ୱ ବଜାରରେ ବଢ଼ିବ ଓଡ଼ିଶା ପୋଷାକର ଚାହିଦା । ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ୍ ପୋଷାକ; ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫଳରେ ଏବେ ସବୁଠି ପହଞ୍ଚିବ ଓଡ଼ିଶାର କାରିଗରୀ । ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ, ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ । ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ । ସମ୍ୱଲପୁରୀ ଏବଂ ଅନ୍ୟାନ୍ୟ ହସ୍ତତନ୍ତର ଆମେରିକୀୟ ବଜାରରେ ପ୍ରବେଶ ସହଜ ହେବ ।