ଭୁବନେଶ୍ଵର, ୨୬/୧୧ : ସାବାଡ୍ ହେବେ ଲଘୁ ଖଣିଜ ଚୋର। ନିଶ୍ଚିହ୍ନ ହେବେ ବାଲି ମାଫିଆ। ଖଣି ଚୋରିରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ମାଫିଆଙ୍କ ମୂଳପୋଛ ନହେବା ଯାଏଁ ସରକାର ଜାରି ରଖିବେ ଆକ୍ସନ୍। ଆଜି ଏଭଳି ଚରମ ବାଣୀ ଶୁଣାଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା।
ଖଣି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡି ଜବତ କରାଯାଇଛି। ବାଲି ମାଫିଆଙ୍କୁ ଦମନ କରିବା ପାଇଁ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ପୁଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସମ୍ପତ୍ତି ଜନ ସାଧାରଣଙ୍କର। ୟାକୁ ଲୁଟ୍ ହେବାକୁ ସରକାର ଦେବେ ନାହିଁ। ବେତନଟୀ ଥାନାରେ ଗୋଟେ ଅଘଟଣ ଘଟିଛି । ସେଥିପାଇଁ କେସ୍ କରାଯାଇଛି । ତିନି ଜଣଙ୍କୁ ଗିରଫ କରାଯାଇଛି । ଆଉ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ଦମନ କରାଯିବ । ରାସଗୋବିନ୍ଦପୁରରେ ବି ପୂର୍ବରୁ ଗୋଟେ ଘଟଣା ଘଟିଥିଲା । ସବୁ କେସ୍ରେ ରାଜ୍ୟ ସରକାରଙ୍କ ତୁରନ୍ତ ଆକ୍ସନ ନେଇଛନ୍ତି । ବାଲି ମାଫିଆ ଯଦି ଭାବୁଛନ୍ତି ଆମେ ସରକାରଙ୍କୁ ଡ଼ରେଇ ଦେବୁ ତାହା ସେମାନଙ୍କ ଭ୍ରାନ୍ତ ଧାରଣା । କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେ ନାହିଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ।