ନୂଆଦିଲ୍ଲୀ,୧୮/୦୪; କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସୂତ୍ର ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ସେମାନଙ୍କର ମହଙ୍ଗା ଭତ୍ତା (DA) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରିବ । ଏହା ଦ୍ୱାରା ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ପେନସନଭୋଗୀମାନେ ମହଙ୍ଗା ରିଲିଫ୍ (DR)ପାଆନ୍ତି । ବର୍ତ୍ତମାନ, ଦେଶରେ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଅଛନ୍ତି। ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ-ଶିଳ୍ପ ଶ୍ରମିକ (AICPI-IW)ର ୧୨ ମାସର ହାରାହାରି ଆଧାରରେ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା । ୨୦୨୫ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।

କେନ୍ଦ୍ର ସରକାର ସମୟ ସମୟରେ ଏହାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ବୃଦ୍ଧି କରନ୍ତି । ମୁଦ୍ରାସ୍ଫୀତି ଆଧାରରେ ଜାନୁଆରୀ ଏବଂ ଜୁଲାଇରେ ଏଗୁଡ଼ିକୁ ବର୍ଷରେ ଦୁଇଥର ସଂଶୋଧିତ କରାଯାଏ । ପୂର୍ବରୁ, ଅକ୍ଟୋବରରେ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮କୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏଥର ଟିକେ ବିଳମ୍ବ ହୋଇଥିବା ମଧ୍ୟ କୁହାଯାଉଛି । ବିଳମ୍ବର କାରଣ ଅଷ୍ଟମ ବେତନ କମିଶନକୁ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି । କେନ୍ଦ୍ର ସରକାର ସାଧାରଣତଃ ହୋଲି ସମୟରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରନ୍ତି। ଏଥର ବିଳମ୍ବ ହେବା ନେଇ କର୍ମଚାରୀଙ୍କ ଚିନ୍ତା ବଢିଥିଲା ।  କାରଣ ଜୁନ୍  ୨୦୨୬ରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବା ପରଠାରୁ ଡିଏ ଘୋଷଣା କେବେ ଏତେ ବିଳମ୍ବ ହୋଇନଥିଲା । ପଶ୍ଚିମ ଏସୀୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଆର୍ଥିକ ଚାପ ଯୋଗୁଁ ଏହା ବିଳମ୍ ହୋଇଥିବା ଚର୍ଚ୍ଚା ହେଉଛି ।​​​​​​​

ଦରମା କେତେ ବଢିବ ? ଯଦି ଜଣେ କର୍ମଚାରୀ ମାସିକ ୩୬,୫୦୦ ଟଙ୍କା ମୂଳ ଦରମା ପାଆନ୍ତି, ତେବେ ତାଙ୍କର ୫୮% ଡିଏ ବର୍ତ୍ତମାନ ୨୧,୧୭୦ ଟଙ୍କା ହେବ । ୨% ବୃଦ୍ଧି ପରେ, ସେମାନଙ୍କର ମହଙ୍ଗା ଭତ୍ତା ୨୧,୯୦୦ ଟଙ୍କାରେ ପହଞ୍ଚିବ । ଜାନୁଆରୀ ମାସରୁ ବକେୟା ମଧ୍ୟ ପ୍ରଦାନ କରାଯିବ । ସେହିପରି, ଯଦି ଜଣେ ପେନସନଭୋଗୀଙ୍କ ମୂଳ ପେନସନ ୯,୦୦୦ ଟଙ୍କା, ତେବେ ତାଙ୍କର ୫୮% ଡିଏ ୫,୨୨୦ ଟଙ୍କା । ଆଜିର ବୃଦ୍ଧି ପରେ, ଏହା ୫,୪୦୦ ଟଙ୍କାରେ ପହଞ୍ଚିବ । ଏହାର ଅର୍ଥ ହେଉଛି ପ୍ରତି ମାସରେ ସେମାନଙ୍କର ଦରମା ୧୮୦ ଟଙ୍କା ବଢିବ ।​​​​​​​

ଏହା ବି ପଢନ୍ତୁ....ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ,ବଜେଟ୍ ଅଧିବେଶନରେ ଜାଣନ୍ତୁ ପାସ୍ ହୋଇଛି କେତୋଟି ବିଲ୍ ?  

ମିଳିବ ୩ ମାସର ବକେୟା ମିଳିବ - କେନ୍ଦ୍ର ସରକାରୀ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଜାନୁଆରୀରୁ କାର୍ଯ୍ୟକାରୀ ହେବ । ଏହାର ଅର୍ଥ ଏପ୍ରିଲରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ବକେୟା ଦରମା ଭାବରେ ମହଙ୍ଗା ଭତ୍ତା ପାଇବେ । ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ କର୍ମଚାରୀ ସଂଗଠନଗୁଡିକ ପ୍ରସ୍ତାବିତ ଅଷ୍ଚମ ବେତନ କମିଶନ ଅଧିନରେ ଦରମା ଗଠନରେ ବଡ଼ ପରିବର୍ତ୍ତନ ଦାବି କରୁଛନ୍ତି । ମହଙ୍ଗା ଭତ୍ତା (DA) କିମ୍ବା ମହଙ୍ଗା ରିଲିଫ୍ (DR) ସିଧାସଳଖ ମୁଦ୍ରାସ୍ଫୀତି ସହିତ ଜଡିତ। ସରକାର ଏହାକୁ ବର୍ଷକୁ ଦୁଇଥର, ଜାନୁଆରୀ ଏବଂ ଜୁଲାଇରେ ସଂଶୋଧନ କରନ୍ତି । ଜାନୁଆରୀରୁ ଏହା ୨% ବୃଦ୍ଧି ଆଶା କରାଯାଉଥିଲା। କିଛି କ୍ଷେତ୍ର ମଧ୍ୟ ୩% ବୃଦ୍ଧି ଆଶା କରୁଥିଲେ।