ନୂଆଦିଲ୍ଲୀ,୫।୭: ଗତ କିଛି ଦିନ ହେବ ମେଟାର ସୋସିଆଲ ମିଡିଆ ପ୍ଳାଟଫର୍ମ ଖୁବ୍ ଚର୍ଚ୍ଚାରେ ରହିଛି। ପୂର୍ବରୁ ହ୍ବାଟସଆପକୁ ୟୁଜରନେମ୍ ଫିଚର କାରଣରୁ ସରକାରଙ୍କଠାରୁ ନୋଟିସ୍ ମିଳୁଥିଲା ଓ ଏବେ ଇନଷ୍ଟାଗ୍ରାମ୍‌ରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇଲୋକ୍ଟେ୍ରାନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ମେଟାକୁ ଜବାବ୍ ତଲବ କରାଯାଉ। ଏହି ପଦକ୍ଷେପ ଇନଷ୍ଟାଗ୍ରାମ୍‌ର ସେହି ବିଜ୍ଞାପନକୁ ନେଇ ରହିଛି, ଯେଉଁଥିରେ କଥିତ ଭାବରେ ପିଲାଙ୍କୁ ଯୌନ ଶୋଷଣ ସମ୍ପର୍କୀତ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦିଆଯାଉଛି। ସରକାର ‘ମେଟାଠାରୁ ଏକ ବିସ୍ତୃତ ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି, କମ୍ପାନୀକୁ ସାତ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି।

ସୁତ୍ର ଅନୁସାରେ, Meity (ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ) ଏହି ମାମଲାରେ ମେଟାକୁ ସ୍ପଷ୍ଟୀକରଣ ମାଗିବା ସହ ଓ ଏହା ପଚାରିଛି ଯେ, କମ୍ପାନୀ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି। କେନ୍ଦ୍ର ସରକାର ମେଟାକୁ ନୋଟିସ୍ ଜାରି କରି, ପିଲାଙ୍କୁ ଯୌନ ଶୋଷଣ ଥିବା କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଉଥିବା ଇନଷ୍ଟାଗ୍ରାମ୍ ବିଜ୍ଞାପନକୁ ତୁରନ୍ତ ହଟାଇବାର ନିର୍ଦେଶ ଦେଇଛନ୍ତି। ଚଳିତ ସପ୍ତାହରେ ଏହା ଦ୍ବିତୀୟ ଥର ଯେତେବେଳେ କେନ୍ଦ୍ର ସରକାର ‘ମେଟା’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିବିସିର ଏକ ଯାଞ୍ଚ ରିପୋର୍ଟରୁ ଜଣାପଡିଥିଲା ଯେ, ଇଷ୍ଟାଗ୍ରାମ୍ ଭାରତରେ ପିଲାଙ୍କ ଯୌନ ଶୋଷଣ ସମ୍ପର୍କିତ କଣ୍ଟେଣ୍ଟ (ସିଏସ୍ଏଏମ୍)କୁ ପ୍ରୋତ୍ସାହନ ଦେବା ପାଇଁ ପେଡ୍ ବିଜ୍ଞାପନ ଦେଖାଉଛି। ଏହି ବିଜ୍ଞାପନ ୟୁଜର୍ସଙ୍କ ଟେଲିଗ୍ରାମ୍ ଚ୍ୟାନେଲକୁ ପଠା ଯାଇଥାଏ। ଯେଉଁଠି କଥିତ ଭାବରେ ଏଭଳି କଣ୍ଟେଣ୍ଟ କେବଳ ମାତ୍ର ୯୯ ଟଙ୍କାରେ ବିକ୍ରି କରାଯାଉଥିଲା। ରିପୋର୍ଟ ଅନୁସାରେ, ବିଜ୍ଞାପନରେ ‘ଦୁଷ୍କର୍ମ ଭିଡିଓ’ ଓ ‘ଚାଇଲ୍ଡ ଭିଡିଓ’ ଭଳି ଶବ୍ଦର ବ୍ୟବହାର କରାଯାଇଥିଲା। ଯଦିଓ ଇନଷ୍ଟାଗ୍ରାମ୍‌ରେ ବିଜ୍ଞାପନ ମେଟାର ମଡରେଟର ସିଷ୍ଟମରୁ ମଞ୍ଜୁର କରିଥାଏ, କିନ୍ତୁ ବିବିସିର ଏହି ରିପୋର୍ଟ ପରେ ପ୍ଳାଟଫର୍ମ କହିଥିଲା ଏଭଳି କୌଣସି ବିଜ୍ଞାପନ ତା’ର କମ୍ୟୁନିଟି ଗାଇଡଲାଇନର ଉଲଂଘନ କରିନି। ନିଜ ଯାଞ୍ଚ ଅନୁସାରେ, ବିବିସି ଭାରତରେ ଏକ ନକଲି ଇନଷ୍ଟାଗ୍ରାମ୍ ଆକାଉଣ୍ଟ ତିଆରି କରିଥିଲା। ଏହାପରେ କିଛି ଦିନ ପରେ ସ୍ପଷ୍ଟ ହୋଇଯାଇଥିଲା ଯେ, ଏଥିରେ ସେକ୍ସ କଣ୍ଟେଣ୍ଟ ଦେଖାଯାଉଛି। ଏହାପରେ ଏଭଳି ବିଜ୍ଞାପନ ବି ଦେଖିବାକୁ ପାଇଥିଲା ଯେଉଁଥିରେ ପିଲାଙ୍କୁ ସେକ୍ସ ସମ୍ପର୍କିତ କଣ୍ଟେଣ୍ଟରେ  ଦେଖାଯାଉଥିଲା, ଯାହାକି ଟେଲିଗ୍ରାମ୍ ଚ୍ୟାନେଲ ସହ ଜଡିତ ଥିଲା।  ବିବିସିକୁ ‘ମେଟା’ କହିଛି, କୌଣସି ବି ସିଷ୍ଟମ ପରଫେକ୍ଟ ନୁହେଁ। ଯଦିଓ ଏହାର ରିଭ୍ୟୁ ପ୍ରୋସେସରେ କିଛି ପଲିସି ଉଲଂଘନ ଛାଡ ପାଇ ଥାଇ ପାରେ, ତଥାପି ନିୟମ ଭାଙ୍ଗୁଥିବା ବିଜ୍ଞାପନର ଲାଇଭ ହେବା ପରେ ତାକୁ ସକ୍ରିୟ ରୂପରେ ଚିହ୍ନଟ କରି ହଟାଇ ଦିଆଯାଇଥାଏ।

ଆହୁରି ପଢନ୍ତୁ : ମଥୁରାରେ ବଡ଼ ସେକ୍ସ ରାକେଟ୍ ଠାବ: ଦୌଡ଼ି ପଳାଉଥିଲେ, ମାଡ଼ି ବସିଲା ପୁଲିସ