ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ଆକ୍ରମଣରେ କାନ୍ଦିଲାଣି ପାକିସ୍ତାନ, ବିଶ୍ୱ ସମୁଦାୟକୁ ମାଗୁଛି ଭିକ

Published By : Harapriya Sethi | May 9, 2025 10:55 AM

ନୂଆଦିଲ୍ଲୀ, ୦୯/୦୫: ଘର ବୁଡ଼ି ପାଣି ଆଣ୍ଠୁଏ, ତଥାପି ଛାଡ଼ୁନି ପାକିସ୍ତାନର ମୁହଁ ଫୁଟାଣି। ଭାରତ ଆକ୍ସନରେ ପାକିସ୍ତାନ ଚିତ୍। ଅପରେସନ ସିନ୍ଦୁର ଇଫେକ୍ଟ୍‌ରେ ପାକିସ୍ତାନ ଧ୍ଵସ୍ତ ବିଧ୍ଵସ୍ତ। ଭାଙ୍ଗି ଗଲାଣି ଆତଙ୍କୀସ୍ତାନର ଅଣ୍ଟା। ଏବେ ଯୁଦ୍ଧ ଲଢିବାକୁ ଭିକ ମାଗୁଛି କାଙ୍ଗାଳିସ୍ତାନ। ସୋସିଆଲ ମିଡିଆରେ ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଏବେ ମାଗୁଛି ଭିକ। ଋଣ ପାଇଁ କରୁଛି ଗୁହାରୀ। ପଦାରେ ପାଡ଼ିଲା ପାକିସ୍ତାନର ସତ। ପାକିସ୍ତାନ ଅର୍ଥନୈତିକ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ୍ ମିଡିଆରେ ଏନେଇ ପୋଷ୍ଟ କରାଯାଇଛି। ଏବେ ସାରା ବିଶ୍ଵ ଆଗରେ ଲଜ୍ଜିତ ହେବା ଭୟରେ ପାକିସ୍ତାନ ମୁହଁ ଲୁଚାଉଛି। ସୋସିଆଲ୍ ମିଡିଆ ହ୍ୟାକ୍ ହୋଇଯାଇଥିଲା ବୋଲି ସଫେଇ ଦେଉଛି। ଏନେଇ ଜଣେ ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ସୋସିଆଲ୍ ମିଡିଆ ହ୍ୟାକ୍ ହୋଇ ଯାଇଛି। ସେମାନେ ଏହି ପୋଷ୍ଟ କରି ନାହାଁନ୍ତି। ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଚେଷ୍ଟା ଚାଲିଛି। 

ପାକିସ୍ତାନ ଯେତେ ଲୁଚାଇଲେ ବି ତାର ଆର୍ଥିକ ସ୍ଥିତି ନେଇ କାହାକୁ ଅଛପା ନାହିଁ। କାରଣ ଏବେ ଭୋକରେ ଡହଳ ବିକଳ ହେଉଥିବା ପାକିସ୍ତାନ ଆଇଏମଏଫ୍‌ ଠାରୁ ଋଣ ନେବାକୁ ଚେଷ୍ଟା କରୁଛି। ଭାରତ ସହ ଯୁଦ୍ଧ ଲଢିବାକୁ ତା ପାଖରେ ସମ୍ବଳ ନାହିଁ। ଖାଦ୍ୟ ତଥା ଅର୍ଥନୀତିକୁ ଚଳାଇବା ପାଇଁ ଆଇଏମ୍‌ଏଫ୍‌ଠାରୁ ଭିକ୍ଷା ମାଗି ଚାଲିଛି। ବର୍ତ୍ତମାନ ଆଇଏମ୍‌ଏଫ୍‌ ଋଣ ଅର୍ଥାତ୍‌ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ନେବା ଜିଇଁବା ମରିବା ସହ ସମାନ। ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ସଂକଟ ମଧ୍ୟରେ ଫସିଥିବା ପାକିସ୍ତାନକୁ ନିଜର ମୋଟା ଋଣର ସୁଧ ମଧ୍ୟ ପରିଶୋଧ କରିବାକୁ ପଡ଼ିବ। ଏଥିପାଇଁ ଟଙ୍କା ଦରକାର । ଯଦି ଏହାକୁ ଆଇଏମ୍‌ଏଫ୍‌ରୁ ସହାୟତା ନ ମିଳେ ତେବେ ଏହା ଋଣ ଖିଲାପ କରିବାକୁ ବାଧ୍ୟ ହେବ । ଖାଲି ସେତିକି ନୁହେଁ, ପାକିସ୍ତାନକୁ ଭାରତ ସହ ସୈନ୍ୟ ସଂଘର୍ଷ ପାଇଁ ବି ଟଙ୍କା ଲୋଡ଼ା। ପାକିସ୍ତାନର ଖାଲି ଭଣ୍ଡାର ପାଇଁ ବର୍ତ୍ତମାନ ଆଇଏମ୍‌ଏଫ୍‌ ଋଣ ହିଁ କେବଳ ସାହା ଭରସା ।

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ । ଯେଉଁଥିରେ ଶତାଧିକ ଆତଙ୍କୀ ନିପାତ ହୋଇଥିଲେ । ଯାହାର ଜବାବରେ ପାକିସ୍ତାନ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ଯାହାକୁ ପଣ୍ଡ କରିଦେଇଛି ଭାରତୀୟ ସେନା। ଗୁରୁବାର ଦିନ ସକାଳ ସମୟରେ ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍‌ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଥିଲା । ତାପରେ ବି ସୁଧୁରିନଥିଲା ପାକିସ୍ତାନ । ବିଳମ୍ବିତ ରାତିରେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲା ପାକିସ୍ତାନ ଫାଇଟର ଜେଟ୍‌ । ହେଲେ ତାହା ବି ଫେଲ୍‌ ମାରିଥିଲା। ପାକିସ୍ତାନର ତିନୋଟି ଫାଇଟର ଜେଟ୍‌କୁ ମାରି ଖସାଇଥିଲା ଭାରତୀୟ ସେନା । ତେବେ ଭାରତର ଏହି ଆକ୍ରମଣ ପାକିସ୍ତାନରେ ବଡ଼ଧରଣର କ୍ଷତି ହୋଇଛି । ଯାହାକୁ ପୂରଣ ପାଇଁ ବିଶ୍ୱ ସମୁଦାୟ ଆଗରେ ଋଣର ଭିକ ମାଗିଲାଣି ପାକିସ୍ତାନ । ଅର୍ଥନୈତିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ପୋଷ୍ଟ ଅନୁସାରେ ଭାରତର ଏହି ଆକ୍ରମଣରେ ଆମର ବହୁତ ପରିମାଣର କ୍ଷତି ହୋଇଛି । ଆମକୁ ଏଥିରୁ ବାହାରିବାକୁ ସହଯୋଗ ଦରକାର । ତେଣୁ ବିଶ୍ୱ ସମୁଦାୟ ଆଗରେ ଋଣ ମାଗୁଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.