ପ୍ରମୂଖ ଖବର
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

କେନ୍ଦୁଝର ସହରରେ ଦୂର ହେବ ଟ୍ରାଫିକ୍ ସମସ୍ୟା; ୭୨୦ କୋଟି ଟଙ୍କା ନିର୍ମାଣ ହେବ ରିଂ ରୋଡ୍‌

Published By : Manoj | August 6, 2025 1:58 PM

କେନ୍ଦୁଝର,୦୬/୦୮: କେନ୍ଦୁଝରକୁ ବିକାଶପଥରେ ଆଗେଇ  ନେବା ପାଇଁ ମୋହନ ସରକାର, ଜିଲ୍ଲା ପାଇଁ ଆଉ ଏକ ଭେଟି ଦେଇଛନ୍ତି । ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ କେନ୍ଦୁଝର ସହରର ଚର୍ତୁପାର୍ଶ୍ବରେ ରିଂ ରୋଡ୍ ନିର୍ମାଣ ପାଇଁ ବଜେଟ୍‌ରେ  ଅନୁମୋଦନ ମିଳିଛି । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାରମ୍ଭିକ ସର୍ଭେ  ପରେ ଏହାର ରିପୋର୍ଟ ଦାଖଲ କରାଯାଇଛି । ୩ଟି ପଞ୍ଚାୟତ ଦେଇ ଜାତୀୟ ରାଜପଥ ୨୦ରୁ ୪୯ ନଂ ରାଜପଥକୁ ସଂଯୋଗ  କରିବ । ମୋଟ ୧୦ କିଲୋମିଟର ରାସ୍ତା ପାଇଁ ପ୍ରାକ୍‌ ନକ୍‌ସା ପ୍ରସ୍ତୁତ କରାଯାଇଛି । ୨୦ ନଂ ରାଜପଥର ଜାମୁନାଳିଆ ଠାରୁ ୨ ଲେନ୍‌ ରିଂ ରୋଡ୍‌ ୪୯ ନଂ ରାଜପଥର ଝାରବେଲଦା ନିକଟରେ ମିଶ୍ରଣ ହେବ । ସବୁଠାରୁ ଆକର୍ଷଣୀୟ ଏକ ଆଇକନିକ ବ୍ରିଜ୍‌ ୧ କିଲୋମିଟର ଲମ୍ବର ରହିବ । ତଳେ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ  ଦୃଷ୍ଟିରୁ ଏଭଳି ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୭୨୦ କୋଟି  ଟଙ୍କା ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଗଣମାଧ୍ୟମକୁ କହିଛନ୍ତି । 

ଖଣି, ଖାଦାନ ଜିଲ୍ଲା ହୋଇଥିବାରୁ କେନ୍ଦୁଝରରେ  ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।  ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ସହିତ  ଯାନବାହାନ ବଢ଼ି ଚାଲିଥିବା ବେଳେ  ଖଣିଜ ପଦାର୍ଥ ବୋଝେଇ ଗାଡି  ପାଇଁ ସଡ଼କ ବ୍ୟବସ୍ଥା ବିପର୍ଯ୍ୟସ୍ତ  ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ  ରଖି ରାଜ୍ୟ ସରକାର କେନ୍ଦୁଝରରେ  ଏକ ରିଂ ରୋଡ୍‌ କରିବା ପାଇଁ ନିଷ୍ପତ୍ତି  ନେଇଛନ୍ତି । ୨୦ ନଂ ରାଜପଥ  ନେଙ୍କଡାଘର ଠାରୁ ଡିମ୍ବୋ, ନେଲୁଙ୍ଗ  ଦେଇ ଏହି ରିଂ ରୋଡ୍‌ ଝାରବେଲଦା  ଠାରେ ଜାତୀୟ ରାଜପଥ ୪୯ ସହିତ  ସଂଯୋଗ କରାଯିବ । ଫଳରେ ସହର  ମଧ୍ୟରେ ଟ୍ରାଫିକ୍‌ ସମସ୍ୟା ନିୟନ୍ତ୍ରଣରେ  ସଫଳତା ମିଳିବ ବୋଲି କୁହାଯାଉଛି ।  ରାଜ୍ୟ ସରକାରଙ୍କ ମଞ୍ଜୁରୀ ପରେ  ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୁଗ୍ମ ଭାବେ ପୂର୍ତ୍ତବିଭାଗ ଓ ବନବିଭାଗ  ପ୍ରସ୍ତାବିତ ରିଂ ରୋଡ୍‌ ହେବାକୁ ଅଞ୍ଚଳ ପରିଦର୍ଶନ କରିଛନ୍ତି ।  

ସମୁଦାୟ ୭୫.୩୦୧ ଏକର ଜମି ଦେଇ ଏହି ରାସ୍ତା  ନିର୍ମାଣ କରାଯିବ । ସେଥିମଧ୍ୟରୁ ୪୧.୦୫୪ ଘରୋଇ  ଜମି, ୧୮.୭୭୯ ସରକାରୀ ଜମି ଓ ୧୫.୪୬୮ ଜଙ୍ଗଲ  କିସମର ଜମି ଦେଇ ରିଂ ରୋଡ ନିର୍ମାଣ ହେବ । ନରଣପୁର  ପଞ୍ଚାୟତର ଜାମୁନାଳିଆ, ଜଳଙ୍ଗଡିହା, ଅଲଣାପଦା ଗ୍ରାମ  ଦେଇ ରାସ୍ତା ନିର୍ମାଣ ହେବ । ଡିମ୍ବୋ ପଞ୍ଚାୟତର ଖଳପା,  ତେନ୍ତୁଳିନଣ୍ଡା, ବାଇଗଣପଶି, ଡିମ୍ବୋ ଏବଂ ଚକ ଗ୍ରାମ, ନେଲୁଙ୍ଗ ପଞ୍ଚାୟତର ନେଲୁଙ୍ଗ ଓ ଝାରବେଲଦା ମୋଟ ୧୦ଟି  ଗ୍ରାମ ହେଦଇ ଏହି ପ୍ରସ୍ତାବିତ ରାସ୍ତା ହେବାକୁ ଯାଉଛି । ଉକ୍ତ  ରିଂ ରୋଡ଼ରେ ୧୧ଟି ବୁଲାଣୀ ରାସ୍ତା, ୩ଟି ମୁଖ୍ୟ ଛକ, ୨ଟି  ସ୍ଥାନରେ ପୋଲ, ଗୋଟିଏ ସ୍ଥାନରେ ଉଡ଼ନ୍ତା ପୋଲ ଏବଂ  ଗୋଟିଏ ସ୍ଥାନରେ ବନ୍ୟପ୍ରାଣୀଙ୍କ ପାଇଁ ଅଣ୍ଡରପାସ୍‌ ଏବଂ  ୧ କିଲୋମିଟର ଲମ୍ବର ଏକ ଆକର୍ଷଣୀୟ ବ୍ରିଜ୍‌ ନିର୍ମାଣ  ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଏହି  ରିଙ୍ଗ ରୋଡ୍‌ ପାଇଁ ୭୨୦ କୋଟି ଟଙ୍କା ବ୍ୟୟ ଅଟକଳ  ଅନୁମୋଦନ ମିଳିଛି ।  

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ନେଙ୍କଡାଘର ନିକଟରେ ହାତୀ  ଚଳପ୍ରଚଳ ନିୟମିତ ରହୁଥିବାରୁ ଏକ ଆଇକନିକ ବ୍ରିଜ୍‌ ୧  କିଲୋମିଟର ରହିବ ବୋଲି ଅଟକଳରେ ସ୍ଥାନ ପାଇଛି । ରିଂ  ରୋଡ୍‌ ନିର୍ମାଣ ପରେ ଡିମ୍ବୋ ଓ ନେଲୁଙ୍ଗ ଅଞ୍ଚଳର ମଧ୍ୟ ଗୁରୁତ୍ୱ  ବଢ଼ିଯିବ । ପୂର୍ବରୁ ସହର ମଧ୍ୟ ଦେଇ ଯାଇଥିବା ଝାରବେଲଦା  ଠାରୁ ଜୁଡିଆ ପର୍ଯ୍ୟନ୍ତ ରାଜପଥ ବାଇପାସ୍‌ ଦେଇ ଯିବା ପରେ  ସହର ମଧ୍ୟରେ ଭାରୀଯାନ ଚଳାଚଳ ହ୍ରାସ ପାଇଛି । ଉକ୍ତ  ରାଜପଥକୁ ମଧ୍ୟ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରାଯାଇଛି ।  ମୁମ୍ବାଇ- କଲିକତା ଯିବା ପାଇଁ ଆଉ କେନ୍ଦୁଝର ସହର  ଦେଇ ଯିବା ବଦଳରେ ବାଇପାସ୍‌ରେ ଯାନବାହାନ ଯାତାୟତ  ଯୋଗୁ ସହର ମଧ୍ୟରେ ଦୂର୍ଘଟଣା ଅନେକ ମାତ୍ରାରେ ନିୟନ୍ତ୍ରଣ  ହୋଇପାରିଛି । 

ଏବେ ନେଙ୍କଡାଘର ଠାରୁ ରିଂ ରୋଡ୍‌ରେ ୪୯  ନମ୍ବର ରାଜପଥକୁ ସଂଯୋଗ ଯୋଗୁ ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସମସ୍ୟା  ଅନେକ ପରିମାଣରେ ହ୍ରାସ ପାଇବା ସହିତ ଅଳ୍ପ ସମୟ ମଧ୍ୟରେ  ଲୋକେ ନିଜର ଗନ୍ତବ୍ୟ ପଥରେ ପହଞ୍ଚି ପାରିବେ । ପ୍ରାକ୍‌  ନକ୍‌ସା ପ୍ରସ୍ତୁତ ହୋଇ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଜମି  ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏକ ବିଶ୍ୱସ୍ତରୀୟ  ରିଂ ରୋଡ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବାରୁ  ଏବଂ କେନ୍ଦୁଝର ଏକ ଖଣି ଅଞ୍ଚଳ ଯୋଗୁ ଏକ ଆଇକନିକ  ବ୍ରିଜ୍‌ ସହିତ ଆକର୍ଷଣୀୟ ରିଂ ରୋଡ ନିର୍ମାଣ ହେବ ବୋଲି  ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.