ନୂଆଦିଲ୍ଲୀ, ୧୯/୦୨ ଆସନ୍ତା ଫେବ୍ରୁଆରୀ ୨୦ରେ ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହାମ୍ ଷ୍ଟେନ୍ସଙ୍କ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ମୁକ୍ତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଅଛି । ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ୍ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବାକୁ ଥିବା ଏହି ଶୁଣାଣିରେ ଓଡ଼ିଶା ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାର ସମ୍ଭାବନା ରହିଛି ।
ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ମଧ୍ୟ ନିକଟରେ ଏକ ଆବେଦନ ଦାଖଲ କରାଯାଇଛି । ଦାରା ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଏହି ମାମଲାରେ ନିଜେ ତାଙ୍କ ପକ୍ଷ ଉପସ୍ଥାପନ କରିବେ ବୋଲି ଗଣମାଧ୍ୟମଙ୍କୁ କହିଛନ୍ତି । ଦାରା ସିଂହ ଜେଲ୍ରେ ୨୬ ବର୍ଷରୁ ଅଧିକ ସମୟ ଧରି ରହି ଆସୁଛନ୍ତି କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାରେ ୪ଜଣ ହତ୍ୟାକାରୀଙ୍କୁ ମୁକ୍ତ କରାଯାଇଥିବାବେଳେ ଦାରା ସିଂହଙ୍କୁ କାହିଁକି ଜେଲ୍ରେ ରଖାଯାଇଛି ବୋଲି ଶ୍ରୀ ଜୈନ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦାରାଙ୍କ ମୁକ୍ତି ନେଇ ଶୀଘ୍ର ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ : ଘୋଷଣାରେ ଅଟକିଛି ରାଜ୍ୟ ଟ୍ରାନ୍ସଜେଣ୍ଡର ବୋର୍ଡ , ସଦସ୍ୟ ନିଯୁକ୍ତି କିମ୍ବା କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ନେଇ ମିଳିନି ସ୍ପଷ୍ଟ ସୂଚନା