ସମ୍ବଲପୁର,: ହାଏରେ ଉମା... ‘ବଂଶୀବାଲେ’, ‘ହିରୋ ହିରାଲାଲ୍’, ‘ସାଗୁଆ ସାଗୁଆ ଫ୍ଲାଇଓଭର୍ ଉପରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ସମସ୍ତଙ୍କୁ କଲା କିମିଆଁ । ମତୁଆଲା ହେଲେ ହଜାର ହଜାର ଦର୍ଶକ । ଦୁଲୁକିଲା ଗଙ୍ଗାଧର ମଣ୍ଡପ ।
ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍ ଓ ତାଙ୍କ ଟିମ୍ ମଞ୍ଚରେ ଭେଟି ଦେଉଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ । ଗୀତ ତଳେ ତାଳେ ମଞ୍ଚ ତଳେ ଠୁମକା ଲଗାଉଥିଲେ ଦର୍ଶକ ।
‘ଫିଲ୍ ମାଇଁ ଲଭ୍’, ଶାଢ଼ୀ’, ‘ଡର୍ ଡର୍ ଲାଗୁଛି କାଏଁ’ ଭଳି ଅନେକ ମନମତାଣିଆ ଗୀତ ପରିବେଷଣ କରିଥିଲେ ଉମା । ଉମାଙ୍କ ସହ ତାଙ୍କ ଟିମର କଳାକାରମାନେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ ।
ଗୀତ ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ । ଉମାଙ୍କୁ ଦେଖିବା ଓ ଶୁଣିବା ପାଇଁ ଟାଉନ୍ ହଲ୍ ପଡ଼ିଆ ପାଲଟିଥିଲା ଜନସମୁଦ୍ର ।
ଫଟୋ-ଗୌତମ, ସମ୍ବଲପୁର