ଭୁବନେଶ୍ୱର ୨୦/୧୨: ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍‌ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ସମାବେଶ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବା ବେଳେ ସ୍କୁଲ ଅଫ୍‌ ହୋଟେଲ ମ୍ୟାନେଜମେଂଟର ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ କଲେଜ ପରିସରରେ ଏକତ୍ରିତ ହେବେ। 

୨୧ ତାରିଖ ସକାଳେ ଏସ୍‌ଏଚ୍‌ଏମ୍‌ର କନ୍‌ଫରେନ୍ସ ହଲ୍‌ରେ ଏହାର ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ନିଜ ପୁରୁଣା ସ୍ମୃତିକୁ ତାଜା କରିବେ । ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସିନିୟର ପ୍ରଫେସର ସସ୍ମିତା ମହାନ୍ତି ଓ ଅଂଶୁମାନ ସାମଲ ଯୋଗ ଦେବେ ।

ଅପରାହ୍ନରେ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍‌ରେ ଆୟୋଜିତ ହେବାକୁ ଥିବା ‘ଗ୍ରାଣ୍ଡ ହୋମ୍‌ କମିଂ’ ସମାବେଶରେ ମଧ୍ୟ ଏସ୍‌ଏଚ୍‌ଏମ୍‌ର ଏହି ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେବେ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍‌ ତଥା ଡିନ୍‌ (ଆଲୁମନି) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଡାଇରେକ୍ଟର ଅଫ୍‌ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ସୋଆ ଆଲୁମିନାୟୀଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଅଧ୍ୟକ୍ଷତା କରିବେ ।