ନୂଆଦିଲ୍ଲୀ,୫।୪: ଏଲ୍ପିଜି ନେଇ ଦେଶବାସୀଙ୍କୁ ଖୁସି ଖବର। ଭାରତୀୟ ଜାହାଜ ‘ଗ୍ରୀନ୍ ଆଶା’ ଇରାନର ଷ୍ଟେ୍ରଟ୍ ଅଫ୍ ହର୍ମୁଜକୁ ସଫଳତାର ସହ ପାର କରିଛି। ଉପସାଗରୀୟ ଦେଶରେ ବିବାଦ ଆରମ୍ଭ ହେବାପରେ ହର୍ମୁଜରୁ ବାହାରୁଥିବା ଏହି ଜାହାଜ ଭାରତର ନବମ ଜାହାଜ। ଆମେରିକା ଏବଂ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେପାରେ ଷ୍ଟେ୍ରଟ୍ ଅଫ୍ ହର୍ମୁଜକୁ ବନ୍ଦ କରିଦେଇଥିଲା। ଦୁନିଆର ଏନର୍ଜି ସେକ୍ଟର ପାଇଁ ଏହି ରାସ୍ତା ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ବିଶ୍ବରେ ହେଉଥିବା ପେଟ୍ରୋଲିୟମ୍ର ମୋଟ ବେପାରରୁ ୨୦% ଅଂଶ ଏହି କ୍ଷେତ୍ର ଦେଇ ଯାଇଥାଏ। ଗ୍ରୀନ୍ ଆଶା ଏକ ଏଲପିଜି ଟ୍ୟାଙ୍କର ଓ ବଢୁଥିବା ବିପଦ ପରେ ବି ଏହା ହର୍ମୁଜ ପାର କରିବା, ଏହି କ୍ଷେତ୍ର ଉପରେ ଭାରତର ନିରନ୍ତର ନିର୍ଭରତାକୁ ଦର୍ଶାଉଛି।

ଏହି ବିବାଦ ବିଶ୍ବରେ ଇନ୍ଧନ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି। ଯାହାଫଳରେ ଦୁନିଆର ଶକ୍ତି ବଜାର କଠିନ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଏଥିରୁ ଜଣାପଡୁଛି ଯେ, ଏହି ମାର୍ଗର ଉପଯୋଗ କରୁଥିବା ପ୍ରାୟ ୬୦% ମାଲବାହୀ ଜାହାଜ ଇରାନରୁ ଆସୁଛି କିମ୍ବା ଇରାନ ପାଇଁ ଯାଉଛି। ଏହି ଚ୍ୟାଲେଞ୍ଜ ପାରେ ହର୍ମୁଜରୁ ଭାରତୀୟ ଜାହାଜର ଗତିବିଧି ଅପେକ୍ଷାକୃତ ମଜବୁତ ହୋଇଛି। ‘ଗ୍ରୀନ୍ ଆଶା’ ଯାତ୍ରା ପୂର୍ବରୁ, ଅତି କମରେ ୮ ଭାରତୀୟ ଜାହାଜ ଏହି ମାର୍ଗ ଦେଇ ଯାଇ ସାରିଥିଲା।

ମାର୍ଚ୍ଚ ଶେଷରେ ‘ପାଇନ୍ ଗ୍ୟାସ୍’ ଓ ‘ଯୁଦ୍ଧ ବସନ୍ତ’ ସହିତ ୪ ଭାରତୀୟ ଜାହାଜ ତିନି ଦିନ ଭିତରେ ୯୨,୬୦୦ ଟନ୍ରୁ ଅଧିକ ଏଲପିଜି ଯୋଗାଣ କରିଥିଲା। ଏହା ପୂର୍ବରୁ ଏମ୍ଟି ଶିବାଲିକ୍ ଓ ଏମ୍ଟି ନନ୍ଦାଦେବୀ ମାର୍ଚ୍ଚ ମଧ୍ୟରେ ଗୁଜୁରାଟର ମୁଦ୍ରା ଓ କାଣ୍ଡଲା ବିମାନବନ୍ଦର ପର୍ଯ୍ୟନ୍ତ ପ୍ରାୟ ୯୨,୭୦୦ ଟନ୍ ଏଲପିଜି ପହଁଞ୍ଚାଇଥିଲା। ଏହା ସହ ଏଲପିଜି ବାହାକ ବିଡବ୍ଲୁ ଟିଓ୍ବାଇଆର ଓ ବିଡବ୍ଲୁ ଇଏଲଏମ୍ ସାମିଲ ଥିଲା, ଯାଂ

ଅନ୍ୟ ସିପମେଣ୍ଟରେ ଅଶୋଧିତ ତୈଳ ଏବଂ ଇନ୍ଧନ ଅନ୍ତର୍ଭୁକ୍ତ ଥିଲା। ତେଲ ଟ୍ୟାଙ୍କର୍ ‘ଜାଗ୍ ଲାଡକି’ ସଂଯୁକ୍ତ ଆରବ ଏମିରେଟ୍ସରୁ ମୁନ୍ଦ୍ରା ପର୍ଯ୍ୟନ୍ତ ୮୦ ଟନ୍ ରୁ ଅଧିକ ଅଶୋଧିତ ତୈଳ ପରିବହନ କରିଥିଲା, ଯେତେବେଳେ ‘ଜଗ୍ ପ୍ରକାଶ’ ଓମାନରୁ ଆଫ୍ରିକୀୟ ବଜାରକୁ ପେଟ୍ରୋଲ୍ ନେଇ ହର୍ମୁଜ୍କୁ ପାର କରିଥିଲା। ଅନ୍ୟ ଏକ ଏଲପିଜି ବାହକ, ‘ଗ୍ରୀନ୍ ସାନଭି’ ମଧ୍ୟ ନିକଟରେ ପ୍ରାୟ ୪୬,୬୫୦ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ ସହିତ ଏହାର ଯାତ୍ରା ସମାପ୍ତ କରିଥିଲା।

ଆହୁରି ପଢନ୍ତୁ :ଇରାନର ଦାବି ‘ଆମେ ନଷ୍ଟ କରିଛୁ ଆମେରିକାର ସି-୧୩୦ ଏୟାରକ୍ରାଫ୍ଟ’, ସେପେଟ ଟ୍ରମ୍ପ ନେଲେ ନିଜ କ୍ରେଡିଟ୍