ସଇନ୍ତଲା,୭।୭ (ଆପ୍ର) : ସଇନ୍ତଲା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଉପଜିଲ୍ଲାପାଲ ରୋହନ ଖେତ୍ରି, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର , ଏସଡିପିଓ ଯଶୋବନ୍ତ ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା , ତହସିଲଦାର ଆଶିଷ ଏକ୍କା ଓ ବିଭିନ୍ନ ବିଭାର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏଥିରେ ୧୦୬ ଗୋଟି ବିଭିନ୍ନ ସମସ୍ୟାର ଅଭିଯୋଗର ଶୁଣାଣୀ ହୋଇଥିଲା। ସଇଁତଳା ସାମ୍ବାଦିକ ସଂଘ ପକ୍ଷରୁ ଗତ ୩୦ ତାରିଖରେ ସମରା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଔଷଧ ଫିଙ୍ଗା ଘଟଣାରେ ତଦନ୍ତ ସମୟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବୀ କରାଯାଇଥିଲା । ଔଷଧ ଫିଙ୍ଗା ଘଟଣାର ଦୋଷୀ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ଅଭିଯୋଗ ହୋଇଥିଲା। ସେହିପରି ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା ଫପସୀ ବନ୍ଧଠାରେ ଏକ କଲଭଟ ନିର୍ମାଣ ଏବଂ ଗଣ୍ଡପତ୍ରାପାଲି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସିଏଚଓ ପଦବୀ ନିଯୁକ୍ତି ନେଇ ଅଭିଯୋଗ କରିଥିଲେ। ସଇଁତଳା ସରପଞ୍ଚ ସୁବ୍ରତ ନାଗ ସଇଁତଳା ଏନ ଏଚ ୨୬ର ଗାଡ଼ୱାଳ ପୁନଃ ଉଦ୍ଧାର, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଆର ଡି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା କୁ ପିଚୁ ରାସ୍ତା ନିର୍ମାଣ କରିବାକୁ ଜଣାଇଥିଲେ। ଅନ୍ୟପଟେ ଜିଲ୍ଲାପାଳ ଓ ଅରକ୍ଷୀ ଅଧିକ୍ଷକ ଜନଶୁଣାଣୀ ରେ ଅନୁପସ୍ଥିତ ଅନୁପସ୍ଥିତ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା