ନୂଆଦିଲ୍ଲୀ,୨୮/୦୫ : ମହାରାଷ୍ଟ୍ରର ନାନ୍ଦେଣ୍ଡ ଜିଲ୍ଲାରେ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ବର ନିଜ ବିବାହରେ ଯୋଗ ଦେଇଥିବା ଅତିଥିଙ୍କୁ ପ୍ରତି-ଉପହାର ବଦଳରେ ଦୁର୍ଘଟଣା ବୀମା କରାଇଛନ୍ତି । ନାନ୍ଦେଣ୍ଡର ବାହାଦୁରପୁରା ଗାଁରେ ଗତ ୨୦ ତାରିଖ ସିଦେ୍ଧଶ୍ୱର ପେଠକର ଓ ମଞ୍ଜୁଷାଙ୍କର ବିବାହ ହୋଇଛି । ବିବାହରେ ଗାଁର ପ୍ରାୟ ୩୫୦୦ ଲୋକ ପହଞ୍ଚିଥିଲେ । ଏ ଅବସରରେ ସମସ୍ତେ ବିବାହ ଭୋଜି ଖାଇଲେ । କିନ୍ତୁ ଯିବା ପୂର୍ବରୁ ବର ପକ୍ଷ ସମସ୍ତଙ୍କୁ ଏକ ଆଶ୍ଚର୍ଯ୍ୟକର ପ୍ରତି-ଉପହାର ଦେଲେ ।
ଆହୁରି ପଢନ୍ତୁ - Nautapa heatwave : କଡ଼ ଲେଉଟାଉଛି ପାଗ, ନୌତପା ତାତିରୁ ମିଳିବ ଆଶ୍ଵସ୍ତି, ଥଣ୍ଡା କରିଦେବ ଝଡ଼ବର୍ଷା
ସେମାନେ ପ୍ରତ୍ୟେକ ଅତିଥିଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ପ୍ରମାଣପତ୍ର ବାଣ୍ଟିଲେ । ମୋଟାମୋଟି ଗାଁ ଲୋକଙ୍କୁ ପ୍ରାୟ ୩୪ କୋଟି ଟଙ୍କାର ବୀମା ମିଳିଲା । ସିଦେ୍ଧଶ୍ୱର କହିଛନ୍ତି, ଗାଁର ଅଧିକାଂଶ ଲୋକ ଚାଷୀ-ମଜୁରିଆ । କ୍ଷେତରେ କାମ କରିବା ସମୟରେ ସାପ କାମୁଡ଼ା, ଘଡ଼ଘଡ଼ି କିମ୍ବା ଜଙ୍ଗଲି ଜନ୍ତୁଙ୍କ ଆକ୍ରମଣ ଘଟଣା ପ୍ରାୟତଃ ସାମ୍ନାକୁ ଆସେ । ଏହି ଦୁର୍ଘଟଣାରେ ଗରିବ ପରିବାରଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସେଥିପାଇଁ ସେ ନିଜ ବିବାହକୁ ସମାଜ ସେବା ସହ ଯୋଡ଼ିବାକୁ ନିଷ୍ପତ୍ତି ନେଲେ ଏବଂ ସମସ୍ତ ଗ୍ରାମବାସୀଙ୍କର ବୀମା କରାଇଲେ । ଏହି ଦୁର୍ଘଟଣା ବୀମାରେ ଯଦି କାହାର ମୃତ୍ୟୁ ସଡ଼କ ଦୁର୍ଘଟଣା, ସାପ କାମୁଡ଼ା, ଘଡ଼ଘଡ଼ି କିମ୍ବା ଅନ୍ୟ ଦୁର୍ଘଟଣାରେ ହୁଏ, ତେବେ ପରିବାରକୁ ୧ ଲକ୍ଷ ଟଙ୍କା ମିଳିବ ।