କେନ୍ଦୁଝର ସଦର,୨୭/୬(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଠ ମୌଜା ଠାରେ ୭୫୦ କୋଟି ଟଙ୍କା ନିବେଶରେ ମେସର୍ଶ ସିଦ୍ଧିରିଦ୍ଧି ଇଣ୍ଟରନେସନାଲ ପ୍ରାଇଭେଟ୍ ଲିମିଟେଡ଼ ବାର୍ଷିକ ୨୦ ଲକ୍ଷ (ଥୁରୁଫୁଟ)କ୍ଷମତା ବିଶିଷ୍ଟ ଲୁହା ପଥର ବେନିଫିକେସନ ପ୍ରକଳ୍ପ, ବାର୍ଷିକ ୧୨ ଲକ୍ଷ୍ୟ ପେଲେଟାଜାଇନେସନ ପ୍ରକଳ୍ପ, ଘଣ୍ଟା ପ୍ରତି ୬ ଗୁଣ ୪୫୦ ନର୍ମାଲ ଘନମିଟର ପ୍ରଡ୍ୟୁସର ଗ୍ୟାସ୍ ପ୍ରକଳ୍ପ ବାର୍ଷିକ ୩ ଲକ୍ଷ୍ୟ ୯୬ ହଜାର ଟନ୍ ସ୍ପଞ୍ଜ ଆଇରନ ଫେରୋଆଲୟ ଉତ୍ପାଦନ ପାଇଁ ୨ ଗୁଣନ ଏମଭିଏ ସବମର୍ଜଡ ଆର୍କ ଫରେନ୍ସ ଏବଂ ୪୦ ମେଗା ୱାର୍ଡ ବିଶିଷ୍ଟ ନିଜସ୍ବ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପ ୨୮ ମେଗା ୱାଟ ବିଶିଷ୍ଟ ଡବ୍ଲୁଏଚଆରବି ଏବଂ ୧୨ ମେଗାୱାଟ ଏ ଏଫବିସିର କାରଖାନା ସ୍ଥାପନ କରିବା ପାଇଁ ସିଦ୍ଧିରିଦ୍ଧି ଇଣ୍ଟରନେସନାଲ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ରଥ ଯାତ୍ରା ଅବସରରେ ପୂମି ପୂଜନ ଅନୁଷ୍ଠିତ ହୋଇଯାଇଅଛି।
କାରଖାନାର ମାଲିକ ଶ୍ରୀମାନ ସରୋଜ କୁମାର ସାହୁ ଧର୍ମ ପତ୍ନୀ ମଧୁସ୍ମିତା ବେହେରା ପୂଜକ ଲିପୁ ନନାଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ହୋଇ ଶିଳାନ୍ୟାସ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କ ଦୂରଦୃଷ୍ଟି ଦ୍ୱାରା ୨୦୩୬ ସୁଦ୍ଧା ସାରା ଦେଶ ଦେଖିବ ଓଡ଼ିଶାର ବୈପ୍ଲବିକ ପରିବର୍ତ୍ତନ। ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ସଲାରପେଣ୍ଠ ଭଳି ଏକ ଗ୍ରାମାଞ୍ଚଳରେ ଶିଳ୍ପ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ପାଇଁ ତଥା ସ୍ଥାନୀୟ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ନଜରରେ ରଖି ଏହାର ଆଗାମୀ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଆଜି ଶିଳାନ୍ୟାସ କରାଯାଇଅଛି ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ.ଦେବବ୍ରତ ସ୍ୱାଇଁ କହିଛନ୍ତି।