ମୋହନା, ୦୩/୦୨ : ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟରେ ଗୋଷ୍ଠୀ ସଙ୍ଘର୍ଷ। ବିଜେପି ନେତା ଶିବରାମ ସୁଆରଙ୍କ ଘର ଉପରକୁ ଆକ୍ରମଣ। ସୋମବାର ରାତିରେ ଠେଙ୍ଗା, ମାରଣାସ୍ତ୍ର ଧରି ଆକ୍ରମଣ କଲେ ଗୋଟିଏ ଗୋଷ୍ଠୀର ଶତାଧିକ ବ୍ୟକ୍ତି। ସିସିଟିଭିରେ ଭିଡିଓ କଏଦ। ବିଜେପି ନେତାଙ୍କ ମା' ଆହତ। ଗାଁରେ ପ୍ରବଳ ଉତ୍ତେଜନା।

ସୂଚନାନୁଯାୟୀ, ମୋହନା ଥାନା ଚାନ୍ଦିପୁଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ସୋମବାର ରାତିରେ ଗୋଟିଏ ଗୋଷ୍ଠୀର ଶତାଧିକ ବ୍ୟକ୍ତି ଠେଙ୍ଗା, ମାରଣାସ୍ତ୍ର ଧରି ଚାନ୍ଦିପୁଟ ବଜାରରେ ଉତ୍ତେଜନା ସୃଷ୍ଟି କରିବା ସହ ବିଜେପି ନେତା ଶିବରାମ ସୁଆରଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ବିଜେପି ନେତାଙ୍କ ମା' ଆହତ ହୋଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ଯୋଗୁଁ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଚନ୍ଦ୍ରଗିରି ଓ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଁରେ ଏବେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ, ତାରାତାରିଣୀ ପୀଠରୁ ସୁକନ୍ୟା ଯୋଜନାର କରିବେ ଶୁଭାରମ୍ଭ