ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

Published By : Prameya | December 2, 2024 9:57 AM

ନୂଆଦିଲ୍ଲୀ,୨/୧୨: ନଭେମ୍ବରରେ  ମୋଟ୍‌ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)  ସଂଗ୍ରହ ୮.୫% ବୃଦ୍ଧି ହୋଇ ୧.୮୨ ଲକ୍ଷ  କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ  ସମୟରେ ଏହା ୧.୬୮ ଲକ୍ଷ କୋଟି ଟଙ୍କା  ରହିଛି । କେନ୍ଦ୍ର ସରକାର ରବିବାର ଜାରି  କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି । ଏହି ସମୟରେ ଓଡ଼ିଶାରେ ଜିଏସ୍‌ଟି ଆଦାୟ  ୪୭୦୪ କୋଟି ପରୋକ୍ଷ ସଂଗ୍ରହ ହୋଇଛି ।  ଏହା ଗତ ବର୍ଷ ସମାନ ଅବଧିରେ ୪୨୯୫  କୋଟି ତୁଳନାରେ ୧୦% ଅଧିକ । 

ରାଜ୍ୟ ଜିଏସ୍‌ଟି ଏବଂ ସମନ୍ୱିତ  ଜିଏସ୍‌ଟିରେ ରାଜ୍ୟକୁ ସେଟଲମେଣ୍ଟ ପରେ  ଚଳିତ ଆର୍ôଥକ ବର୍ଷ ଅଦ୍ୟାବଧି ୧୭,୨୫୩  କୋଟି ରହିଛି। ଏ କ୍ଷେତ୍ରରେ ଅଭିବୃଦ୍ଧି ରହିଛି  ୧୧% । ନଭେମ୍ବରରେ ମୋଟ ଜିଏସ୍‌ଟି  ମଧ୍ୟରେ ୩୪,୧୪୧ କୋଟିର କେନ୍ଦ୍ର ଜିଏସ୍‌ଟି,  ୪୩,୦୪୭ କୋଟିର ରାଜ୍ୟ ଜିଏସ୍‌ଟି,  ୯୧,୮୨୮ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ  ୧୩,୨୫୩ କୋଟିର ସେସ୍‌ ସାମିଲ ରହିଛି ।  

ଏହି ଅବଧିରେ ଘରୋଇ ନେଣଦେଣରୁ  ଜିଏସ୍‌ଟି ୯.୪% ବୃଦ୍ଧି ହୋଇ ୧.୪୦ ଲକ୍ଷ  କୋଟି ଟଙ୍କା ରହିଛି । ସେହିଭଳି ସାମଗ୍ରୀ ଆମଦାନିରୁ ଟିକସ ୬% ବୃଦ୍ଧି ହୋଇ  ୪୨,୫୯୧ କୋଟି ରହିଛି । ସରକାର  ୧୯,୨୫୯ କୋଟି ଟଙ୍କାର ରିଫଣ୍ଡ ଜାରି  କରିଛନ୍ତି । ରିଫଣ୍ଡ ଜାରି ପରେ ନେଟ ଜିଏସ୍‌ଟି  ସଂଗ୍ରହ ୧୧% ବଢ଼ି ୧.୬୩ ଲକ୍ଷ କୋଟି ରହିଛି । 

ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ  ୯% ବୃଦ୍ଧି ହୋଇ ୧.୮୭ ଲକ୍ଷ କୋଟି ଟଙ୍କା  ରହିଥିଲା । ଯାହା ଦ୍ୱିତୀୟ ସର୍ବାଧିକ । ଘରୋଇ ବଜାରରେ ବିକ୍ରି ଓ ଅନୁପାଳନରେ ଉନ୍ନତି  ଯୋଗୁ ଟିକସ ଆଦାୟରେ ଏଭଳି ଉନ୍ନତି  ଆସିଥିଲା । ଅକ୍ଟୋବରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି, ୯୯,୧୧୧ କୋଟିର ସମନ୍ୱିତ  ଜିଏସ୍‌ଟି ଏବଂ ୧୨,୫୫୦ କୋଟିର ସେସ୍‌  ଆଦାୟ ହୋଇଥିଲା । ଏପ୍ରିଲ ନଭେମ୍ବର  ଅବଧିରେ କେନ୍ଦ୍ର ସରକାର ୧୪.୫୭  ଲକ୍ଷ କୋଟିର ଜିଏସ୍‌ଟି ଆଦାୟ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.