ନୂଆଦିଲ୍ଲୀ: ସାଇ ସୁଦର୍ଶନ ଏବଂ ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକୀୟ ପାଳି । ୪ ଓ୍ବିକେଟ ବିନିମୟରେ ୨୨୯ ରନ୍ କଲା ଗୁଜୁରାଟ । ରାଜସ୍ଥାନ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି । ସାଇସୁଦର୍ଶନ ୫୫ ରନ କରିଥିବାବେଳେ ଗିଲ୍ ୪୪ ବଲରୁ ୮୪ ରନ କରିଛନ୍ତି । ସେପଟେ ରାଜସ୍ଥାନ ପକ୍ଷରୁ ବ୍ରିଜେଶ ଶର୍ମା ସର୍ବାଧିକ ୨ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।   

​​​​​​​

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ତେବେ ଗୁଜୁରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଆରମ୍ଭରୁ ଦମଦାର ପାଳି ଆରମ୍ଭ କରିଥିଲେ ଗିଲ୍ ଏବଂ ସୁଦର୍ଶନ । ରାଜସ୍ଥାନର ବୋଲରଙ୍କୁ ଧରାଶାୟୀ କରିଥିଲେ । ଏହି ଦୁଇ ଖେଳାଳିଙ୍କ ସହ ଗୁଜୁରାଟ ପକ୍ଷରୁ ବଟଲର ୧୩, ସୁନ୍ଦର ୩୭, ହେଲଡର ୭ ରନ କରିଥିଲେ । ତେବେ​‌ ଶେଷ ଓଭର ଗୁଡ଼ିକରେ ବଡ଼ ସଟ୍ ଖେଳିଥିଲେ ତେଓ୍ବତିଆ । ସେ ମାତ୍ର ୪ ବଲରେ ୧୪ ରନ୍ କରିପାରିଥିଲେ । 

​​​​​​​

ଏହାସହ ରାଜସ୍ଥାନ ପକ୍ଷରୁ ୟଶରାଜ ଏବଂ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ଏହି ସ୍କୋରକୁ ରାଜସ୍ଥାନ କରିବା ପାଇଁ ହେଲେ ଦୁଇ ଓପନର ବୈଭବ ସୂର୍ଯ୍ୟବଂଶୀ ଏବଂ ଜୟସ୍ବାଲଙ୍କୁ ବଡ଼ ପାଳି ଖେଳିବାକୁ ପ