ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

Xକୁ ବୟକଟ୍‌ କଲା ବ୍ରିଟିଶ ଖବର କାଗଜ,ବିଷ ପ୍ରଚାର କରୁଥିବା ଅଭିଯୋଗ

Published By : Anindita Ratha | November 14, 2024 11:41 AM

ନୂଆଦିଲ୍ଲୀ,୧୪/୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଏଲନ୍ ମସ୍କଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଏନେଇ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପାଇଁ ବଢ଼ିଛି ଅଡୁଆ। ବ୍ରିଟିଶ ଖବର କାଗଜ ଗାର୍ଡିଆନ୍‌ ସୋସିଆଲ ମିଡିଆ ଏକ୍ସକୁ କରିଛି ବୟକଟ୍ । ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସ ଘୃଣା ପ୍ରସାର କରୁଛି। ମସ୍କ ବିଷ ପ୍ରଚାର କରୁଛନ୍ତି। ଏଭଳି କିଛି ବଡ଼ ଅଭିଯୋଗ ଆଣି ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ୍‌ ଏହାର ବ୍ୟବହାରକୁ ବ୍ୟାନ୍‌ କରିଦେଇଛି। 

ତେବେ ଖବରକାଗଜ କହିଛି ଯେ, ଜାତିଭେଦ ଏବଂ ଷଡ଼ଯନ୍ତ୍ର ଥିଓରୀ ସହିତ ଆପତ୍ତିଜନକ ବିଷୟ ବସ୍ତୁ ଏକ୍ସରେ ବୃଦ୍ଧି ପାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୃଣା ପ୍ରଚାର କରୁଥିବା ନେଇ ଏଲୋନ୍ ମସ୍କଙ୍କୁ ଦାୟୀ କରିଛି ଖବରକାଗଜ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଗାର୍ଡିଆନ୍‌ ଏକ୍ସକୁ ବୟକଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ନଭେମ୍ବରରେ ୧୩ରେ ପ୍ରକାଶିତ ଏକ ଆର୍ଟିକିଲରେ ଗାର୍ଡିଆନ୍ କହିଛି ଯେ ଆମେ ଅନୁଭବ କରୁଛୁ ଯେ  ଏକ୍ସ ରେ ରହିବା ଆଉ ଉପଯୋଗୀ ନୁହେଁ। ଏଠାରେ ନକାରାତ୍ମକତା ବୃଦ୍ଧି ପାଇଛି। ଗାର୍ଡିଆନ ଆହୁରି କହିଛି,  ଏକ୍ସ ବର୍ତ୍ତମାନ ଏକ ବିଷାକ୍ତ ପ୍ଲାଟଫର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏଠାରେ ପ୍ରଚୁର ପରିମାଣରେ ବିଷାକ୍ତ କଣ୍ଟେଣ୍ଟ ଭର୍ତ୍ତି ରହିଛି। ଆମେ ଆମ କଣ୍ଟେଣ୍ଟକୁ ପ୍ରମୋଟ କରିବା ପାଇଁ ଅନ୍ୟ କୌଣସି ସମାଧାନର ବାଟ ବାହାର କରିପାରିବୁ। ନିଜ ରାଜନୈତିକ ଚିନ୍ତାଧାରାକୁ ତୀକ୍ଷ୍ଣ କରିବା ପାଇଁ ଏଲୋନ୍ ମସ୍କ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.