ନୂଆଦିଲ୍ଲୀ: ଗୁଜୁରାଟର ଦମଦାର ବିଜୟ । ୭୭ ରନରେ ରାଜସ୍ଥାନକୁ କଲା ପରାସ୍ତ । ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୫୨ ରନରେ ଅଲଆଉଟ୍ ହୋଇଛି ରାଜସ୍ଥାନ । ଗୁଜୁରାଟ ପକ୍ଷରୁ ରସିଦ ଖାନ୍ ସର୍ବାଧିକ ୪ ଓ୍ବିକେଟ୍ ନେବାରେ ସଫଳ ହୋଇଛି । ଏହି ମ୍ୟାଚ୍ ପ୍ଲେ ଅଫ ପାଇଁ ଗୁରୁତ୍ବ ବହନ କରିଥିବାବେଳେ ସହଜରେ ଜିତି ନେଇଛି ଗୁଜୁରାଟ । ତେବେ ଆଜିର ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି ।

୨୩୦ ରନକୁ ପିଛା କରୁଥିବାବେଳେ ମାତ୍ର ୧୫୨ ରନରେ ଅଟକିଛି ରାଜସ୍ଥାନ । ୧୬ ଓଭର ’ଟି ବଲରେ ସମ୍ପୂର୍ଣ୍ଣ ଦଳ ଅଲଆଉଟ୍ ହୋଇଯାଇଛି । ଦଳ ପକ୍ଷରୁ ଜାଡେଜା ସର୍ବାଧିକ ୩୮ ରନ କରିବାରେ ସକ୍ଷମ ହୋଇଛନ୍ତି । ଆଜିର ମ୍ୟାଚରେ ଦୁଇ ଓପନର ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀ ୩୬ ରନ କରିଥିବାବେଳେ ଜୟସ୍ବାଲ ୩ ରନ୍ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନମାନେ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ହୋଲଡର ୩ ଏବଂ ରାବାଡ଼ା ୨ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଗୁଜୁରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦଳ ୪ ଓ୍ବିକେଟ ବିନିମୟରେ ୨୨୯ ରନ୍ କରିବାରେ ସକ୍ଷମ ହୋଇଥିଲା ।ସାଇସୁଦର୍ଶନ ୫୫ ରନ କରିଥିବାବେଳେ ଗିଲ୍ ୪୪ ବଲରୁ ୮୪ ରନ କରିଥିଲେ। ସେପଟେ ରାଜସ୍ଥାନ ପକ୍ଷରୁ ବ୍ରିଜେଶ ଶର୍ମା ସର୍ବାଧିକ ୨ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ଏହି ଦୁଇ ଖେଳାଳିଙ୍କ ସହ ଗୁଜୁରାଟ ପକ୍ଷରୁ ବଟଲର ୧୩, ସୁନ୍ଦର ୩୭, ହେଲଡର ୭ ରନ କରିଥିଲେ । ତେବେ ଶେଷ ଓଭର ଗୁଡ଼ିକରେ ବଡ଼ ସଟ୍ ଖେଳିଥିଲେ ତେଓ୍ବତିଆ । ସେ ମାତ୍ର ୪ ବଲରେ ୧୪ ରନ୍ କରିପାରିଥିଲେ ।ଏହାସହ ରାଜସ୍ଥାନ ପକ୍ଷରୁ ୟଶରାଜ ଏବଂ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।