ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ସୁଟିଂ ପରେ ବି କରନ-ଅର୍ଜୁନ ଫିଲ୍ମରୁ ବାଦ୍ ପଡ଼ିଥିଲେ ଗୁଲସାନ ଗ୍ରୋଭର, ଜାଣନ୍ତୁ କାରଣ...

Published By : Ankita S | November 19, 2024 12:50 PM

ମୁମ୍ବାଇ,୧୯/୧୧: ବଲିଉଡ ଚଳଚ୍ଚିତ୍ର କରନ ଅର୍ଜୁନକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ୩୦ ବର୍ଷ ପରେ ପୁଣି ଥିଏଟରରେ ରିଲିଜ ହେବାକୁ ଯାଉଛି ଏହି ଚଳଚ୍ଚିତ୍ର । ପୁଣି ଥରେ ସ୍କ୍ରିନରେ ଫିଲ୍ମକୁ ଦେଖିବେ ଦର୍ଶକ । ନଭେମ୍ବର ୨୨ ତାରିଖରେ ପୁଣି ଥରେ ରିଲିଜ ହେବ ରାକେଶ ରୋଶନଙ୍କ ନିର୍ଦ୍ଦେଶିତ କରନ ଅର୍ଜୁନ ଫିଲ୍ମ । ଜାଣିଛନ୍ତି କି ଅଭିନେତା ଗୁଲସାନ ଗ୍ରୋଭର ସୁଟିଂ ପରେ ବି ଫିଲ୍ମ ଛାଡିଥିଲେ । ଏହି ରୋଚକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଆଇକନିକ ଫିଲ୍ମ କରନ ଅର୍ଜୁନର ନିର୍ଦ୍ଦେଶକ ରାକେଶ ରୋଶନ କହିଛନ୍ତି, ଗୁଲସାନ ଗ୍ରୋଭରଙ୍କୁ ସେ ତାଙ୍କ ଫିଲ୍ମରୁ ଅଲଗା କରିଥିଲେ । ଅମରେଶ ପୁରୀଙ୍କ ପୁଅ ଚରିତ୍ରରେ ସେ ସୁଟିଂ ଆରମ୍ଭ କରି ଦେଇଥିଲେ । ଏହା ପରେ ବି ତାଙ୍କୁ ଫିଲ୍ମରୁ ବାଦ୍ କରାଯାଇଥିଲା । ଗୁଲସାନ ଦୁଇ ତିନି ଦିନ ସୁଟିଂ ଆରମ୍ଭ କରି ଦେଇଥିଲେ । ସେ ସବୁ ବେଳେ ସେଟ୍କୁ ବିଳମ୍ବରେ ଆସୁଥିଲେ । ମୁଁ ତାଙ୍କୁ ୧୧ଟା ବେଳେ କହିଲେ ସେ ଅପରାହ୍ନ ୩ଟାରେ ସେଟକୁ ଆସୁଥିଲେ । ସେତେବେଳେ  ସେ ବହୁତ ଫିଲ୍ମ ହାତକୁ ନେଇଥିଲେ ମୁଁ ତାଙ୍କୁ କହିଥିଲି ମୋ ସହ ଏପରି ଚାଲିବ ନାହିଁ । ସମୟକୁ ନେଇ ମୁଁ ବୁଝାମଣା କରି ପାରିବି ନାହିଁ । ମୋତେ ଏହା ପସନ୍ଦ ନୁହେଁ । ମୋତେ ଲାଗୁଛି ଆମକୁ ଅଲଗା ହୋଇଯିବା ଉଚିତ୍ । ଏହା ପରେ ସେ ଚାଲି ଯାଇଥିଲେ ।'

କାହାଣୀ, ଚରିତ୍ର, ସଂଙ୍ଗୀତ ପାଇଁ କରନ-ଅର୍ଜୁନ ଫିଲ୍ମ ବେଶ୍ ସଫଳତା ହାସଲ କରିଥିଲା । ଆଇକନିକ ଫିଲ୍ମରେ ଦୁଇ ଖାନ୍ ନଜର ଆସିଥିଲେ । ଶାହରୁଖ ଖାନ, ସଲମାନ ଖାନ, କାଜୋଲ, ଅମରେଶ ପୁରୀଙ୍କ ଭଳି ଅଭିନେତା ଅଭିନେତ୍ରୀ ଏଥିରେ ଦେଖିବାକୁ ମିଳିଥିଲେ । ସେଟକୁ ଲେଟରେ ଆସିବାରୁ ଅଭିନେତା ଗୁଲସାନ ଗ୍ରୋଭର ସୁଟିଂ ପରେ ବି ଫିଲ୍ମରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ଅମରେଶ ପୁରୀଙ୍କ ପୁଅ ଚରିତ୍ରରେ ଆସିଫ ଶେଖ ଭୂମିକା ତୁଲାଇଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.