ପାଲଲହଡା, ୨୩।୧୧ : ପାଲଲହଡା ଥାନା ପେଚାମୁଣ୍ଡି ପଞ୍ଚାୟତ ପେଚାମୁଣ୍ଡି ଗ୍ରାମରେ ପାଲଲହଡା ପୁଲିସ ପକ୍ଷରୁ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି। ଏଥି ସହିତ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ପେଚାମୁଣ୍ଡି ଗ୍ରାମର କୁଳମଣି ପଲେଇ ।
ପାଳଲହଡା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତଙ୍କ ନେତୃତ୍ୱରେ ପେଚାମୁଣ୍ଡି ଗ୍ରାମ କୁଳମଣିର ଘରେ ପୁଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାର ଘରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ। ବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ଯୁବକ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।