ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୫ ମାଓବାଦୀ ମୃତ

Published By : Gurupada Nath | November 16, 2024 9:31 PM

ମାଲକାନଗିରି, ୧୬/୧୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଂକେର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ସକାଳେ ଛତିଶଗଡ କାଂକେର ଜିଲ୍ଲା ସୀମାନ୍ତବର୍ତ୍ତୀ ଓ ନାରାୟଣପୁର ଅଂଚଳ ନିକଟ ଜଙ୍ଗଲ ଅଭୁଜମାଡ ଜଙ୍ଗଲରେ ସି.ଆର୍‌.ପି.ଏଫ୍‌., ଡିଆରଜି ଓ ନାରାୟଣପୁର ପୋଲିସ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀମାନେ ପୋଲିସ ଆସୁଥିବା ଜାଣିବାକୁ ପାଇ ପୋଲିସ ଉପରେ ଗୁଳି ଚାଳନା କରିଥିଲେ । ପାଲଟା ଜବାବରେ ଯବାନ ଓ ପୋଲିସମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ଦୀର୍ଘ ସମୟ ଧରି ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା ।

ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବାବେଳେ ଯବାନ ଓ ପୋଲିସମାନେ ତଲାସି କରୁଥିବା ସମୟରେ ଘଟଣାସ୍ଥଳରୁ ୫ଜଣ ମାଓବାଦୀଙ୍କ ମୃତ ଶରୀରକୁ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି । ଏଥିସହ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିଲେ । ଆହତ ଯବାନଙ୍କୁ ରାୟପୁର ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଂଚଳରେ କୁମ୍ବିଂ ଅପରେସନ ଜାରି ରହିଥିବାବେଳେ କୁମ୍ବିଂ ଅପରେସନ ସାରି ଫେରିବା ପରେ ସମ୍ପୂର୍ଣ୍ଣ ବିବରଣୀ ଓ ମୃତ ମାଓବାଦୀଙ୍କୁ ପରିଚୟ ପ୍ରଦାନ କରାଯିବ ବୋଲି ଛତିଶଗଡ ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.