ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ କମାଲ କରୁଛନ୍ତି ଯୁବ ବୋଲର ଗୁରନୂର ବ୍ରାର । ପଞ୍ଜାବର ଏହି ୨୬ ବର୍ଷୀୟ ଯୁବ ବୋଲର ଆଫଗାନିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିବାବେଳେ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ଅକଳରେ ପକାଉଛନ୍ତି । ଲମ୍ବା ବାଉନ୍ସର ସାଙ୍ଗକୁ ଆଉଟ୍ କରୁଛନ୍ତି । ତେବେ ଟିମ୍ ଇଣ୍ଡିଆରେ ସେ ଟିମ୍ ଇଣ୍ଡିଆରେ କେମିତି ପାଇଲେ ସୁଯୋଗ ? ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ ଆସନ୍ତୁ ଆମର ଏହି ଆଲ୍ଲେଖ୍ୟରେ ଜାଣିବା ।
ଗୁରନୂର ବ୍ରାର ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ମୁକାବିଲା ଖେଳିଥିବାବେଳେ ତାଙ୍କର ଦକ୍ଷତାକୁ ନେଇ ସବୁଠି ପ୍ରଶଂସା କରାଯାଉଛି । ଦୁଇଟି ଦିନିକିଆରେ ୬ ଓ୍ବିକେଟ ନେଇଥିବାବେଳେ କ୍ରୀଡ଼ାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ । ତେବେ ଏହି ସଫଳତା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗୁରନୂର । ସେ କହିଛନ୍ତି କି, ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାର୍ଇ କଠିନ ପରିଶ୍ରମ କରିବାକୁ ପଡ଼ିଛି । ଯାହା ପାଇଁ ଦୀର୍ଘବର୍ଷ ହେବ ପ୍ରୟାସ କରୁଆସୁଥିଲି । ମୁଁ ସବୁବେଳେ ଲେନ୍ଥ, ସ୍ବିଙ୍ଗ୍ ଏବଂ ଦ୍ରୁତ ବୋଲିଂ ଉପରେ ଧ୍ୟାନ ଦିଏ ।
ରଣଜୀ, ଇଣ୍ଡିଆ-ଏ, ଦିଲ୍ଲୀପ ଟ୍ରଫି ଏବଂ ଇରାନୀ କପ ଭଳି ପ୍ଲାଟଫର୍ମ ଦେଇ ଆସିଛନ୍ତି ଗୁରନୂର । ସେ କହିଛନ୍ତି କି, ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପାଇଁ ଏହିସବୁ ପର୍ଯ୍ୟାୟ ମାନସିକ ଭାବେ ପ୍ରସ୍ତୁତ କରିଥାଏ । ଭାରତ-ଏ ଟିମରେ ଯେତେବେଳେ ସ୍ଥାନ ମିଳିଥିଲା ମୋତେ ବହୁତ ଖୁସି ଲାଗିଥିଲା । ସେ ଅଭିଜ୍ଞତା ଏବେ ଆତ୍ମବିଶ୍ବାସ ଦେଉଛି । ଏହାସହ ମୁଁ ପ୍ରତ୍ୟେକ ବଲ ଉପରେ ବିଶ୍ବାସ କରେ । ଆରମ୍ଭ ଆହୁରି ଭଲ ହୋଇପାରିଥାନ୍ତା । ମୁଁ ଆଶା କରୁଛି ଆଗାମୀ ସମୟରେ ଆହୁରି ଭଲ କରିବି ।
୬ ଫୁଟ୍ ୫ ଇଞ୍ଚର ଏହି ଖେଳାଳିଙ୍କ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ବାଉନ୍ସର । ଯାହାକି ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥାଏ । ସେପଟେ ଆଇପିଏଲ ଅଭିଜ୍ଞତା ସମ୍ପର୍କରେ ମଧ୍ୟ କହିଛନ୍ତି । ଗୁଜୁରାଟ ଦଳରେ ସାମିଲ ଥିବାବେଳେ ନେହେରା, ରାବାଡା ଏବଂ ସିରାଜଙ୍କ ଭଳି ଦକ୍ଷ ବୋଲରଙ୍କଠାରୁ ଅନେକ କିଛି ଶିଖିଛି ବୋଲି ପ୍ରକାଶ କରିଛନ୍ତି ଗୁରନୂର ।
ଏହାସହ ପଢ଼ନ୍ତୁ : Team India : ଓ୍ବାନଡେରେ ସବୁଠାରୁ ଅଧିକ ଥର ୪୦୦ରନ୍ କରିଥିବା ଟିମ୍, ଭାରତ କଲା ଟପ୍