ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୌହାଟୀ ରେଳ ଷ୍ଟେସନ୍‌ ଓ ବିଶ୍ବବିଦ୍ୟାଳୟକୁ ବୋମା ଧମକ, ଛାନଭିନ୍‌ କରୁଛି ପୋଲିସ

Published By : Tapas Panda | December 12, 2024 10:08 PM

Image Courtesy: indiatvnews

ଗୌହାଟୀ: ଦେଶରେ ଧମକପୂର୍ଣ୍ଣ କଲ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି (ଗୁରୁବାର) ପୁଣି ଥରେ ଗୌହାଟୀ ରେଳ ଷ୍ଟେସନ୍‌ ଏବଂ ଗୌହାଟୀ ବିଶ୍ବବିଦ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ମେଘାଳୟ ପୋଲିସ କଂଟ୍ରୋଲ ରୁମ୍‌କୁ ଏକ କଲ ଆସିଥିଲା । ଏଥିରେ ଗୌହାଟୀ ରେଳ ଷ୍ଟେସନ୍‌ରେ ବୋମା ଥାଇପାରେ ବୋଲି କହିଥିଲା ସନ୍ଦିଗ୍ଧ । ଆଉ ଏନେଇ ଗୌହାଟୀ ପୋଲିସକୁ ସୂଚନା ମିଳିବା ପରେ ଛାନଭିନ୍‌ ଆରମ୍ଭ ହୋଇଛି ବୋଲି ସେଠାକାର ପୋଲିସ କମିଶନର ଦିଗନ୍ତ ବାରାହ କହିଛନ୍ତି । 

ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହେଲେ ବୋମା ନେଇ ଯେଉଁ ଖବର ମିଳିଥିଲା ତାହା ମିଛ ବୋଲି କମିଶନର କହିଛନ୍ତି ।  ଷ୍ଟେସନ୍‌ରେ ସର୍ଚ୍ଚ ଅପରେସନ୍‌ ଜିଆରପି, ଆରପିଏଫ ଏବଂ ରାଜ୍ୟ ପୋଲିସ ମିଳିତ ଭାବେ କରିଥିଲେ । ସେପଟେ ଗୌହାଟୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବୋମା ଥାଇପାରେ ବୋଲି ପୋଲିସକୁ ସୂଚନା ମିଳିଥିଲା । ତେବେ ଏହି ଇମେଲ୍‌ କେଉଁଠୁ ଆସିଛି ତାର ସୂଚନା ପାଇବାକୁ କସରତ ଚଳାଇଛି ପୋଲିସ ।  

ବିଶ୍ବବିଦ୍ୟାଳୟର ସୁରକ୍ଷା କର୍ମୀ ଏବଂ ଗୌହାଟୀ ପୋଲିସ କ୍ୟାମ୍ପସରେ ବୋମା ଖୋଜି ବିଫଳ ହୋଇଥିବା ଜଣାପଡ଼ିଛି ।  ଅନ୍ୟପକ୍ଷରେ ଧମକ ଆସିଥିବା ଫୋନ୍‌ ନମ୍ବର ଏବଂ ଇମେଲ୍‌ କୌଣସି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ କି ନାହିଁ ପ୍ରଶ୍ନରେ ପୋଲିସ କହିଛି, ସେଭଳି ସମ୍ଭାବନା ନାହିଁ । ତଦନ୍ତ ଚାଲିଥିବା ବେଳେ ଅଧିକ କିଛି ସୂଚନା ହସ୍ତଗତ ହୋଇନାହିଁ ବୋଲି କମିଶନର ବାରାହ କହିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.