ନୂଆଦିଲ୍ଲୀ : ବେଙ୍ଗାଲୁରୁର ନେଲମଙ୍ଗଲ ଅଞ୍ଚଳରେ ଏକ ଘଟଣା ଲୋକଙ୍କୁ ଦୁଃଖିତ କରିଛି। ୨୭ ବର୍ଷିୟ ଦିଲୀପ ଜଣେ ଜିମ୍ ଟ୍ରେନର ଓ ରାଜ୍ୟ ସ୍ତରୀୟ ବଡି ବିଲ୍ଡର ଥିଲେ। ସେ ଶନିବାର ରାତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଥିଲେ। ଦୀପକ ଅନେକ ଫିଟନେସ୍ ପ୍ରତିଯୋଗିତା ଗୁଡ଼ିକରେ ବିଜେତା ରହିଥିଲେ ଏବଂ ସ୍ଥାନୀୟ ଜିମ୍‌ରେ ଜଣେ ଟ୍ରେନର ଭାବେ କାମ କରୁଥିଲେ। ପରିବାରର ଅଭିଯୋଗ ଆଧାରରେ, ଜଣେ ବିବାହିତ ମହିଳା ତାଙ୍କୁ ଲଗାତାର ବ୍ଲକମେଲ୍ ଓ ମାନସିକ ଉତ୍ପୀଡ଼ନ କରୁ ଥିଲେ , ଯେଉଁଥିରେ ତାଙ୍କର ବନ୍ଧୁତା ଦୁଇ ବର୍ଷ ପୂର୍ବେ ଜିମ୍‌ରେ ହୋଇଥିଲା। ମହିଳା ଜଣଙ୍କ ଦିଲୀପଙ୍କୁ ଟଙ୍କା ଓ ସଂପତ୍ତି ଦାବି କରି ହଇରାଣ କରୁ ଥିଲେ, ଯେଉଁଥିରେ ସେ ମାନସିକ ରୂପେ ଭାଙ୍ଗି ପଡ଼ି ଥିଲେ।

ଘଟଣାର ସୂଚନା ସେତେବେଳେ ମିଳିଲା, ଯେବେ ସେହି ମହିଳା ଦିଲୀପଙ୍କ ଭଉଣୀଙ୍କୁ ମେସେଜ୍ ପଠାଇ କହି ଥିଲେ ଯେ, ଦିଲୀପ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ପରିବାରର ସଦସ୍ୟ ତୁରନ୍ତ ତାଙ୍କ ରୁମ୍ ଆଡ଼କୁ ଦୌଡ଼ି ଥିଲେ ,କିନ୍ତୁ ଡୋର୍ ଭିତରୁ ବନ୍ଦ ଥିଲା। ଯେବେ ସେ ଡୋର୍ ଭାଙ୍ଗିଲେ ତ ଦିଲୀପଙ୍କୁ ସିଲିଂ ଫ୍ୟାନରୁ ଝୁଲୁ ଥିବାର ପାଇଲେ। ପରିବାର ତୁରନ୍ତ ପୁଲିସକୁ ସୂଚିତ କରି ଥିଲେ ଏବଂ ମାମଲାର ଯାଞ୍ଚ ଆରମ୍ଭ ହୋଇ ଥିଲା। ପୁଲିସ ଅନୁସାରେ , ଦିଲୀପ ପ୍ରଥମେ ମଧ୍ୟ ଏହି ମହିଳାଙ୍କ ଉତ୍ପୀଡ଼ନର ଅଭିଯୋଗ କରିଥିଲେ, କିନ୍ତୁ ଉଭୟ ପକ୍ଷରେ ବୁଝାମଣା ହୋଇ ଯାଇ ଥିଲା। ଏହା ସତ୍ତ୍ୱେ ମହିଳା ଉତ୍ପୀଡ଼ନ ଜାରି ରଖି ଥିଲେ ,ଯେଉଁଥି ପାଇଁ ଦିଲୀପଏହି ପଦକ୍ଷେପ ଯାଏ ପହଞ୍ଚି ଗଲେ।

ଉକ୍ତ ଘଟଣା ପୂରା ପରିବାରକୁ ଗଭୀର ଦୁଃଖରେ ପକାଇ ଦେଇଛି। ଦୀପକଙ୍କର ପରିବାର ଲୋକେ ମହିଳାଙ୍କ ଉପରେ ବ୍ଲାକମେଲ୍ ଓ ମାନସିକ ଯନ୍ତ୍ରଣାର ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ସେମାନଙ୍କ କହିବାନୁସାରେ , ଦୀପକ ଜଣେ ପରିଶ୍ରମ ଓ ପ୍ରତିଭାଶାଳୀ ଯୁବକ ଥିଲେ , ଯାହାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଥିଲା। ଜିମ୍‌ରେ ଟ୍ରେନିଂ ଦେଉଥିବା ବେଳେ ସେ ଅନେକ ଯୁବକଙ୍କ ଫିଟନେସର ପ୍ରେରଣା ଦେଇଥିଲେ।

ପରିବାରର ଦାବି ଯେ, ମହିଳାଙ୍କ କାରଣରୁ ଦିଲୀପ ଲଗାତାର ଦୁଃଖରେ ରହୁଥିଲେ ଏବଂ ଅନେକ ଥର ସାହାଯ୍ୟ ମାଗିବାର ପ୍ରୟାସ କରିଥିଲେ , କିଛି ସ୍ଥିତି ସୁଧୁରି ନଥିଲା। ଏହି ମାମଲାରେ ପୁଲିସ ମହିଳାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଯାଞ୍ଚ ଜୋରଦାର କରିଛି।