ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରୁଷକୁ ପ୍ରତିବନ୍ଧିତ ଟେକନିକ୍‌ ପଠାଇଥିଲା HAL ! ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ଖଣ୍ଡନ କଲା ଭାରତ

Published By : Tapas Panda | March 31, 2025 9:43 PM

Image Courtesy: abplive

ନୂଆଦିଲ୍ଲୀ: ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ରୁଷକୁ ପ୍ରତିବନ୍ଧିତ ଟେକ୍ନୋଲୋଜି ପଠାଇଥିବା ଅଭିଯୋଗ ହୋଇଛି । ତେବେ ଏହି ରିପୋର୍ଟକୁ ଭୁଲ ଏବଂ ବିଭ୍ରାନ୍ତୀକର ବୋଲି କହିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, HAL ସମସ୍ତ ଅନ୍ତର୍ଜାତୀୟ ନିୟମ ପାଳନ କରିଛି । ଏହି ରିପୋର୍ଟରେ ତଥ୍ୟଗୁଡିକୁ ବିକୃତ କରାଯାଇଛି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଅନ୍ୟ ଦେଶ ସହିତ ବାଣିଜ୍ୟ କରିବାକୁ ସର୍ତ୍ତାବଳୀ ଅନୁସରଣ କରେ । 

 ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏଚଏଏଲ୍‌ ଏକ ସରକାରୀ କମ୍ପାନି । ଏହି କମ୍ପାନି ଅନ୍ୟ ଦେଶ ସହ ବାଣିଜ୍ୟ ଏବଂ ଅନ୍ତିମ ବ୍ୟବହାର ଲାଗି ସର୍ତ୍ତର ପାଳନ କରେ । ଆମେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଦେଖିଲୁ । ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚଏଏଲ୍‌) ନିଜର ରଣନୈତିକ ବାଣିଜ୍ୟ ଦିଗରେ ଅନ୍ତର୍ଜାତୀୟ ନିୟମକୁ ଭଲ ଭାବରେ ପାଳନ କରିଥାଏ ।

 ସେହିଭଳି ଭାରତର ନିଜର ଏକ ରଣନୈତିକ ବାଣିଜ୍ୟ ଲାଗି ମଜଭୁତ ଆଇନଗତ ଢ଼ାଞ୍ଚା ରହିଛି । ଏହା ଦ୍ବାରା ଅନ୍ୟ ଦେଶ ସହ ହେଉଥିବା ବାଣିଜ୍ୟ ନିୟନ୍ତ୍ରିତ ହୋଇଥାଏ । ଏଭଳି ସ୍ଥିତିରେ ଏକ ପ୍ରତିଷ୍ଠିତ ମିଡିଆ କମ୍ପାନି ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ନେଇ ଚିନ୍ତା ପ୍ରକଟ କରୁଛୁ । ଭବିଷ୍ୟତରେ ଏଭଳି ଭ୍ରାମକ ଖବର ପ୍ରକାଶ ହେବ ନାହିଁ ବୋଲି ଆଶା କରୁଛୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  

 ସୂଚନାଯୋଗ୍ୟ, ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୩ -୨୦୨୪ ମଧ୍ୟରେ ଏକ ବ୍ରିଟିଶ ଏରୋସ୍ପେସ୍ ଫାର୍ମ ଏଚଆର ସ୍ମିଥ୍‌ ଗ୍ରୁପ ଭାରତର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ ପ୍ରତିବନ୍ଧିତ ଟେକନିକ୍‌ ପଠାଇଥିଲା । ପରେ ଏହି ଟେକନିକ୍‌ ରୁଷ ନିଜ ଯୁଦ୍ଧାସ୍ତ୍ର ନିର୍ମାଣରେ ବ୍ୟବହାର କରୁଥିବା ଜଣାପଡ଼ିଥିଲା । ରିପୋର୍ଟ ଅନୁସାରେ, ଏଚଏଏଲ୍‌ ଏଚଆର ସ୍ମିଥର ସହାୟକ କମ୍ପାନି ଟେକଟେଷ୍ଟ ପାଖରୁ ମିଳିଥିବା ଯନ୍ତ୍ରାଂଶଗୁଡ଼ିକୁ ଅନେକ ଥର ରୁଷକୁ ପଠାଇଛି ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.