ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୪ର୍ଥ ଶ୍ରେଣୀ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର , ପୁଲିସର ତଦନ୍ତ ଜାରି

Published By : Prameya | November 8, 2024 11:38 PM

କାଶୀପୁର - ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି (ଶୁକ୍ରବାର) ମଧ୍ୟାହ୍ନରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ର ନିଜ ବେକରେ ଟାୱେଲ ଲଗେଇ ଆତ୍ମହତ୍ୟା କରିଛନ୍ତି ଓ ଝୁଲନ୍ତା ଅବସ୍ଥାରେ ଥିବା ଛାତ୍ରଙ୍କରର ମୃତଦେହକୁ କାଶୀପୁର ପୋଲିସ ଜବତ କରିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ କରି ଅଭିଯୋଗ ହୋଇଛି। 

ଉକ୍ତ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କାଶୀପୁର ଥାନା ଅଧିକାରୀ, କାଶୀପୁର ତହସିଲଦାର ଓ ଏସଡିପିଓଙ୍କ  ଉପସ୍ଥିତିରେ କାଶୀପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରଜଣଙ୍କ ନାଁ ଖଗେଶ୍ୱର ଝୋଡିଆ (୧୦) । ସେ ୪ର୍ଥ ଶ୍ରେଣୀର ଛାତ୍ର । ଖୁରି ଗାଁର କୁନା ଝୋଡ଼ିଆଙ୍କର ଦ୍ଵିତୀୟ ସନ୍ତାନ। କୁନା ଝଡ଼ିଆ ଜଣେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ପର୍ବପର୍ବାଣୀ ପାଇଁ ସେ ଦଶହରା ପୂର୍ବରୁ କେରଳରୁ ନିଜ ଗାଁକୁ ଆସିଥିଲେ। ବିଦ୍ୟାଳୟ ଛୁଟି ହେତୁ ପୁଅ ଖଗେଶ୍ୱରଙ୍କୁ ଚନ୍ଦ୍ରଗିରି ବିଦ୍ୟାଳୟରୁ ଘରକୁ ଆଣିଥିଲେ। ହେଲେ ଦଶହରା, ଦୀପାବଳି ପୁଣି ନିଜ ସମ୍ପ୍ରଦାୟର ଏକ ପର୍ବକୁ ସପରିବାର ଖୁସିରେ ପାଗଳ କରିଥିଲେ। ଛୁଟି ଅବଧି ପରେ ରବିବାର ଦିନ କୁନା ଝୋଡ଼ିଆ ଖଗେଶ୍ୱରଙ୍କୁ ଚନ୍ଦ୍ରଗିରି ବିଦ୍ୟାଳୟ ରେ ଛାଡି ଆସିଥିଲେ । 

ହେଲେ ଆଜି ମଧ୍ୟାହ୍ନ ସମୟରେ କୌଣସି କାରଣରୁ ନିଜ ଖଟିଆରେ ଥିବା ମଶାରୀ ଟାଙ୍ଗିବା ଲୁହା ରଡ଼ରେ ଏକ ଟାୱେଲ ଯୋଗେ ବେକରେ ବନ୍ଧା ହେଇଥିବା , ଖଗେଶ୍ୱର ଝୋଡ଼ିଆଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । 

ଘଟଣା ସମ୍ପର୍କରେ ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଦ୍ୱିପ୍ରହରରେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ପରିବାର ବର୍ଗଙ୍କୁ ଅବଗତ କରାଇ ଥିଲେ। ଖବର ପାଇ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସହ ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ , ଏଭଳି ଖବର ପୁରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ପୁଅ ଖଗେଶ୍ୱରଙ୍କର ମୃତ୍ୟୁକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏଥିରେ ଘଟଣାର ସତ୍ୟାସତ୍ୟ ପାଇଁ ଅଧିକ ତଦନ୍ତ ନିମନ୍ତେ କାଶୀପୁର ଅତିରିକ୍ତ ତହସିଲଦାର ବୟିନୀ ସତୀଶ କୁମାର ଓ ରାୟଗଡା ଏସ ଡି ପି ଓ ରଶ୍ମି ରଞ୍ଜନ ସେନାପତିଙ୍କର ଉପସ୍ଥିତିରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। 

ହେଲେ ଖବର ଲେଖାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜବତ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇପାରି ନ ଥିବାବେଳେ ଅଧିକ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ କଥା ଜଣାପଡିବ ବୋଲି କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.