ସୋରଡ଼ା, ୧୮/୦୫: ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଏଣିକି ସେବା ମନୋବୃତ୍ତି ଭାବନା ଦେଖିବାକୁ ମିଳୁଛି । କିଛି ଦିନ ତଳେ ନୀଳାଞ୍ଚଳ ବିଷୋୟୀଙ୍କ ସମେତ ଯୁବଗୋଷ୍ଠୀ ସହରର ପ୍ରବେଶ ଦ୍ୱାର ଜରଉ ଛକରେ ଥିବା ହନୁମାନ ମୂର୍ତ୍ତିକୁ ସଫା କରିବା ସହ ରଙ୍ଗ ଲେପନ କରିଥିଲେ ।
ରବିବାର ସୁଧୀର ପ୍ରଧାନ ସମେତ ତାଙ୍କ ବନ୍ଧୁ ଗୋଷ୍ଠୀ ମୂର୍ତ୍ତି ଅଞ୍ଚଳକୁ ସଫେଇ କରିବା ସହ ଜେଲ ନିକଟ ହନୁମାନ ମନ୍ଦିର ପରିସରରେ ଥିବା ଲଟା ବୁଦା ସଫା କରିଛନ୍ତି । ଯୁବଗୋଷ୍ଠୀଙ୍କ ମାନସିକତାରେ ଏଣିକି ସେବା ମନୋବୃତ୍ତି ଜାଗ୍ରତ ହେବାରେ ଲାଗିଛି ବୋଲି ପଣ୍ଡିତ ରାଧା କୃଷ୍ଣ ଦାସ ଶର୍ମା, ସମାଜସେବୀ ଲଡ଼ୁ କିଶୋର ଦାସ କହିଛନ୍ତି ।