ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଦିନେ ନିମୋନିଆରେ ଚାଲିଯାଇଥିଲା ସ୍ୱର, ଜାଣନ୍ତୁ କାହିଁକି ହଠାତ୍‌ ବଲିଉଡ୍‌ ଛାଡିଦେଲେ ସୁପରଷ୍ଟାର୍‌ ସିଙ୍ଗର୍‌

Published By : Krishna Priya | October 27, 2024 10:03 AM

ମୁମ୍ବାଇ ୨୭/୧୦: ବଲିଉଡରେ ୫୦୦ ରୁ ଅଧିକ ଫିଲ୍ମରେ ତାଙ୍କ ସ୍ୱରର ଯାଦୁ ବିସ୍ତାର କରିଥିବା ଗାୟିକା ଅନୁରାଧା ପୌଡୱାଲ। ଆଜି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନୁରାଧା ୪ ବର୍ଷ ବୟସରେ ନିମୋନିଆରେ ପୀଡିତ ହୋଇଥିଲେ। ଯେଉଁ କାରଣରୁ ସେ ନିଜର ସ୍ୱର ହରାଇଥିଲେ। କିନ୍ତୁ ଅନୁରାଧା ନିଜ ଦମ୍‌ରେ ବଲିଉଡରେ ଏଣ୍ଟ୍ରି କରି ଧୁମ୍‌ ମଚାଇଥିଲେ। ପାଖାପାଖି ୧୫୦ ରୁ ଅଧିକ ସୁପରହିଟ୍ ଗୀତ ଗାଇବା ପରେ ଯେବେ ଅନୁରାଧା ସଙ୍ଗୀତ ଜଗତରେ ରକଷ୍ଟାର ପାଲଟିଗଲେ, ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପରେ ସେ ଭଗବାନଙ୍କ ଆଶ୍ରୟ ନେଲେ ଏବଂ ବର୍ତ୍ତମାନ କେବଳ ଭଜନ ଗାଉଛନ୍ତି । 

୧୯୯୦ ରେ ରିଲିଜ୍‌ କରିଥିବା ଫିଲ୍ମ ଆଶିକିର ସମସ୍ତ ୯ ଟି ଗୀତ ସୁପରହିଟ୍ ଥିଲା । ୯୦ ଦଶକରେ କ୍ରମାଗତ ୩ ଫିଲ୍ମଫେୟାର ପୁରସ୍କାର ଜିତି ଅନୁରାଧା ସମସ୍ତଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୧୯୭୩ ମସିହାରେ ଅନୁରାଧା ଫିଲ୍ମ 'ଅଭିମାନ' ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହାପୂର୍ବରୁ ସେ ୧୯୬୮ ଫିଲ୍ମ 'କୃଷ୍ଣ ଭକ୍ତ ସୁଦାମା'ରେ ଏକ ଗୀତ ଗାଇଥିଲେ। ଏହା ପରେ ସେ ଜାନେମନ, ଉଧାର କା ସିନ୍ଦୂର, ଲୈଲା ମଜନୁ, ସରଗମ ଏବଂ ଏକ ହି ରିସ୍ତା ଭଳି ଅନେକ ସୁପରହିଟ୍ ଫିଲ୍ମରେ ନିଜର ସ୍ୱର ଦେଇଛନ୍ତି। କିନ୍ତୁ ଜଣେ ପୁରୋହିତଙ୍କ ପରାମର୍ଶରେ ଅନୁରାଧା ତାଙ୍କ କ୍ୟାରିୟରର ଶିଖରରେ ଫିଲ୍ମ ଜଗତକୁ ବିଦାୟ ଦେଇଥିଲେ। ଏହା ନିଜେ ଗାୟିକା ଖୁଲାସା  କରିଥିଲେ। 

କିଛି ବର୍ଷ ପୂର୍ବେ ଡିଜିୟାନାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅନୁରାଧା କହିଥିଲେ, 'ମୁଁ ପିଲାଦିନରୁ ଭଗବାନଙ୍କର ଜଣେ ଭକ୍ତ ଥିଲି ଏବଂ ପୂଜା ପାଠ କରୁଥିଲି। ଯେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥିଲି, ସେତେବେଳେ ମୋତେ ନିମୋନିଆ ହୋଇଥିଲା। ମୁଁ ଏଥିରେ ସ୍ୱର ହରାଇଥିଲି । ହେଲେ, ଭଗବାନଙ୍କ କୃପାରୁ ତାହା ଫେରି ଆସିଲା। ମୁଁ ଦିନେ ମନ୍ଦିରକୁ ଗଲି। ଏଠାରେ ପୁରୋହିତ ମୋତେ ପଚାରିଲେ ତୁମେ ଭଜନ ଗୀତ କାହିଁକି କରୁନାହଁ? ଏହି ଜିନିଷ ମୋ ଉପରେ ଗଭୀର ପ୍ରଭାବ ପକାଇଲା । ଏହା ପରେ ମୁଁ ଫିଲମ ଜଗତକୁ ବିଦାୟ ଦେବାକୁ ସ୍ଥିର କଲି ।ସେବେଠାରୁ ମୁଁ କେବଳ ଭଜନ ଗାଇଥିଲି। ଅନୁରାଧା ଇଣ୍ଡଷ୍ଟ୍ରିରେ ସେ ସମୟରେ ଛାଇଯାଇଥିଲେ ଯେତେବେଳେ ଲତା ମଙ୍ଗେଶକରଙ୍କ ପରି ଭେଟେରାନ ଗାୟିକାମାନେ ଉପସ୍ଥିତ ଥିଲେ । କିନ୍ତୁ ତାଙ୍କ ସୁମଧୁର ସ୍ୱରରେ ସେ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.