କେନ୍ଦୁଝର ସଦର,୧୩/୮(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ନିର୍ବାଚମଣ୍ଡଳୀର ରାଇସୁଆଁ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଜନ୍ମ ମାଟି କୁସୁମିତା ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ରାଇସୁଆଁ ମଣ୍ଡଳକୁ ବାଇକ ଦ୍ଵାରା ପରିକ୍ରମା କରାଯାଇଅଛି।
ଜିଲ୍ଲା ବିଜେପି ଉପସଭାପତି ତଥା ମଣ୍ଡଳ ପ୍ରଭାରୀ ଗୋପୀନାଥ ରାମଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଯୁବ ସମାଜ ସେବୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ, ରାଇସୁଆଁ ମଣ୍ଡଳ ସଭାପତି ସମୀର କୁମାର ସାହୁ, ସଧାରଣ ସମ୍ପାଦକ ଗଦାଧର ନାୟକ, ମାନସ ରଂଜନ ଷଡ଼ଙ୍ଗୀ,ମହାଦେଇଯୋଡା ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା, ପୂର୍ବତନ ରାଇସୁଆଁ ମଣ୍ଡଳ ସଭାପତି ବାବୁ ସେଠୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅଶ୍ୱନି ରାଉତ, ସମ୍ପାଦକ ମନୋରଞ୍ଜନ ରାଉତ, ଉପସଭାପତି ଗିରିଜା ଶଙ୍କର ପଣ୍ଡା , ବହୁ ପଦାଧିକାରୀ , ବିଦ୍ୟାଳୟ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ।

କେନ୍ଦୁଝର ବୀରପୁତ୍ର ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଜନ୍ମମାଟି କୁସୁମିତା ଗାଁ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପ ମାଳ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭାରତୀୟ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ଜୟଗାନ କରିଥିଲେ। ଏହା ପରେ ଏକ ବିରାଟ ପଟୁଆର ସହ ବାଇକ ରାଲି ମାଧ୍ୟମରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ।