ନୂଆଦିଲ୍ଲୀ : ପାକିସ୍ତାନକୁ କଡ଼ା ଶବ୍ଦରେ ସତର୍କ କରାଇଛନ୍ତି ଭାରତର ପୂର୍ବତନ ସ୍ପିନର ହରଭଜନ ସିଂହ। ପାକିସ୍ତାନକୁ କହିଛନ୍ତି ତାର ଏହି ପଦକ୍ଷେପ ତା ପାଇଁ ମହଙ୍ଗା ହୋଇପାରେ। ପ୍ରସଙ୍ଗଟି ହେଉଛି ଯେ- ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୫ର ୭ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ସରକାର ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଟିମ୍ର ସାମିଲକୁ ଅନୁମୋଦନ ଦେଇଛନ୍ତି , କିନ୍ତୁ ଭାରତ ବିରୋଧରେ ପଡ଼ିଆକୁ ଓହ୍ଲାଇବାକୁ ମନା କରିଛନ୍ତି। ପାକିସ୍ତାନର ଏହି ନିଷ୍ପତ୍ତିକୁ ବାଂଲାଦେଶର ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବା ସହ ଜଡ଼ିତ, ଏକ ରାଜନୀତିକ ବିରୋଧ ମନେକରାଯାଉଛି।
ଟି-୨୦ ବିଶ୍ବକପ : ଭାରତ ବିପକ୍ଷ ମ୍ୟାଚ ବର୍ଜନ ପରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଖାଉଛି ଏହି ଡର
ଏହାକୁ ନେଇ ହରଭଜନ ସିଂହ ଇଣ୍ଡିଆ ମ୍ୟାଚ୍ର ବୟକଟ୍ କରିବା ନେଇ ପାକିସ୍ତାନକୁ ଖୁବ୍ ଶୁଣାଇଛନ୍ତି। ସେ ପାକିସ୍ତାନକୁ ଆଇନ ଦେଖାଇ କହିଛନ୍ତି ଯେ, ଦମ୍ ଯଦି ଅଛି ତ ନିଜ ନିଷ୍ପତ୍ତିରେ ଅଟଳ ରୁହ। ସୂଚନା ଯେ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ ୧୫ ଫେବ୍ରୁଆରୀରେ କୋଲମ୍ୱୋରେ ଅନୁଷ୍ଠିତ ହେବାପ ଥିଲା।
ହରଭଜନ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି – ଏହା ପୂରା ଡ୍ରାମା। ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି ଯେ, ସେ (ପାକିସ୍ତାନ) ବାଂଲାଦେଶ ସହ ଠିଆ ହୋଇଛି। କିନ୍ତୁ ନିଜ ଦେଶର ଲୋକଙ୍କ ବିଷୟରେ କଣ ଭାବିଛି, ଯିଏ ଭାରତ-ପାକିସ୍ତାନ ମ୍ୟାଚ୍କୁ ଚାହାନ୍ତି। ପାକିସ୍ତାନ ନୂଆ ପଙ୍ଗା ନେଇଛି। ଏଥିରେ କଣ ଲାଭ ମିଳିବ ତାକୁ ? ଦମ୍ ଦେଖାଉଛନ୍ତି କି ବିଶ୍ୱକପ୍ ଖେଳିବେ କିନ୍ତୁ ଭାରତ ସହ ମ୍ୟାଚ୍ ଖେଳିବେ ନାହିଁ। ଯଦି ଭାବୁଛ ଏମିତି କରି ପାରିବ ତ ନିଜ କଥାରେ ଅଟଳ ରୁହ। ଦେଖିବା ତୁମର କଥାରେ କେତେ ଦମ୍ ଅଛି ନା କେବଳ ଫାଙ୍କା ବାହାସ୍ଫୋଟ । ମୋ ମତରେ ପାକିସ୍ତାନ ପବନରେ ତୀର ମାରି, ଭାବିଛି ଦେଖାଯାଉ କଣ ହେଉଛି । କିଛି ଲୋକ ଏମିତି କହିବେ ଏବଂ ପୁଣି ସେଟଲମେଣ୍ଟ କରିବେ ଯେ, ଚାଲ ଖେଳି ଦେବା।
ପାକିସ୍ତାନର ଆଭିମୁଖ୍ୟ ଉପରେ ଜୋରଦାର ହମଲା କରି ହରଭଜନ ଏମିତି ମାମଲାର ଉଲ୍ଲେଖ କରିଛନ୍ତି ,ଯେବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସତ୍ତ୍ୱେ କ୍ରିକେଟ୍ ଚାଲିଛି। ସେ କହିଛନ୍ତି – ଉଭୟଙ୍କର ନ୍ୟୁଟ୍ରଲ ଭେନ୍ୟୁରେ ମ୍ୟାଚ୍ ହେବାର ଥିଲା। ପାକିସ୍ତାନ ସହ କୌଣସି ଝଗଡ଼ା ନଥିଲା। କିଛି ଦିନ ପୂର୍ବେ ଯେବେ ଲଢେଇ ହୋଇ ଥିଲା, ଏହାସତ୍ତ୍ୱେ ପାକିସ୍ତାନ ଏସିଆ କପ୍ ଖେଳିଲା। ଏଥିରେ ଟ୍ରଫି ମାମଲା ହେଲା, ସବୁ ଡ୍ରାମା ହେଲା , ତଥାପି ମ୍ୟାଚ୍ ଚାଲିଲା କାରଣ ରେଭେନ୍ୟୁ ଥିଲା। ପାକିସ୍ତାନ ସେହି ରେଭନ୍ୟୁ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇ ନଥିଲା। ଯଦି ଏତେ ସଚ୍ଚା ଦେଶଭକ୍ତ ଥିଲା , ସେତେବେଳେ କେଉଁଠି ଥିଲା ଦେଶଭକ୍ତ । କାହିଁକି ଭାରତ ସହ ମ୍ୟାଚ୍ ଖେଳିଲା।
ଭାରତର ଏହି ପୂର୍ବତନ ସ୍ପିନର ସମ୍ଭାବିତ ଫଳାଫଳକୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି – ଆଇସିସି ପାକିସ୍ତାନର ଏହି ନୀତିକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରେ। ହୋଇପାରେ ପୁନର୍ବାର କେବେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ସୁଯୋଗ ମିଳି ନପାରେ। ପାକିସ୍ତାନକୁ ଖୁବ୍ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ୍ । ହେଲେ ଏବେ ତୀର ବାହାରି ଯାଇଛି। ପାକିସ୍ତାନ ଭାବିଥିଲା ଯେ, ଏମିତି କଲେ ଭାରତ ଓ ଆଇସିସି ଉପରେ ଚାପ ପକାଇବ।