ନୂଆଦିଲ୍ଲୀ,୨/୨ : ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିଛି ପାକିସ୍ତାନ । ଯାହାକୁ ନେଇ ବିବାଦରେ ରହିଛି ପଡୋଶୀ ଦେଶ । ତେବେ ନିଜର ଜିଦ ପାଇଁ ପାକିସ୍ତାନର ଏଭଳି ନିଷ୍ପତ୍ତି ମ୍ୟାଚ ସମୟରେ ବଡ଼ ବିପଦ ଆଣିପାରେ । ଯଦି ପାକିସ୍ତାନ ନିଜର ବାକି ମୁବାବିଲାରେ ନେଦରଲାଣ୍ଡ ଏବଂ ଆମେରିକାଠାରୁ ହାରିଯାଏ ତାହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବ । ଯଦି ଏଭଳି କିଛି ହୁଏ ଏବଂ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼େ କେବଳ ମଇଦାନ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ବିତର୍କ ଆରମ୍ଭ ହେବ ।

 

ଭାରତ ବିପକ୍ଷ ବିଭିନ୍ନ ମନ୍ତବ୍ୟ ଦେଇ ପାକିସ୍ତାନୀ ଫ୍ୟାନ୍ସମାନେ ଯୁକ୍ତି ବାଢ଼ୁଛନ୍ତି । ଭାରତ ବିପକ୍ଷ ମ୍ୟାଚ ବର୍ଜନକୁ ନେଇ ପାକିସ୍ତାନୀ ଫ୍ୟାନ୍ସମାନେ ମଧ୍ୟ ସମର୍ଥନ କରିଛନ୍ତି । ତେବେ ଯେଉଁମାନେ ଏବେ ଏତେ ସମର୍ଥନ କରୁଛନ୍ତି ପାକିସ୍ତାନ ଯଦି ମ୍ୟାଚ ହାରିଯାଏ ତାହେଲେ ସେମାନଙ୍କ ମୁହଁ ଚୁପ୍ ହୋଇଯିବ । ସେପଟେ ଏବେଠାରୁ କିଛି ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ନିଜର ଭୟ ସୋସିଆଲ ମିଡିଆରେ ଦର୍ଶାଇଛନ୍ତି । ସେମାନେ କହିଛନ୍ତି କି, ପାକିସ୍ତାନ ପ୍ରେସର ମ୍ୟାଚ ସମୟରେ ପ୍ରାୟତଃ ହାରିଯାଏ । ନେଦରଲ୍ୟାଣ୍ଡ, ନିମିବ୍ୟା ଏବଂ ଆମେରିକା ଦଳ ମଧ୍ୟ ହରାଇଦେବେ। ଏହିସବୁ ଦଳକୁ ଦୁର୍ବଳ ଭାବିବା ଭୁଲ । କାରଣ ପୂର୍ବରୁ ସୁପର ଓଭରରେ ଆମେରିକାଠାରୁ ମଧ୍ୟ ହାରର ସାମ୍ନା କରିଛି ପାକିସ୍ତାନ ।

ପାକିସ୍ତାନର ଟି-୨୦ ବିଶ୍ବକପ ସୂଚୀ

ନେଦରଲ୍ୟାଣ୍ଡ ବିପକ୍ଷ, ୭ ଫେବୃଆରୀ (କଲମ୍ବୋ)

ଆମେରିକା ବିପକ୍ଷରେ, ଫେବ୍ରୁଆରୀ ୧୦ (କଲମ୍ବୋ)

ଭାରତ ବିପକ୍ଷରେ ଫେବୃଆରୀ ୧୫ (କଲମ୍ବୋ)

ନାବିବ୍ୟା ବିପକ୍ଷରେ ଫେବୃଆରୀ ୧୮ (କଲମ୍ବୋ)

ଏହାସହ ପଢ଼ନ୍ତୁ : ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା : ଅଶ୍ବିନୀ ବୈଷ୍ଣବ