ନୂଆଦିଲ୍ଲୀ, ୧୧/୩ : କ୍ରିକେଟ ଇଦାନ ହେଉ ବା ବ୍ୟକ୍ତିଗତ ଜୀବନ । ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ବିଶ୍ବକପର ଟାଇଟଲ ହାସଲ କରିବା ପରେ ପ୍ରେମିକାଙ୍କ ସହ ମଇଦାନରେ ଏକାଠି ଉତ୍ସବ ମନାଇ ଚର୍ଚ୍ଚାରେ ରହିଥିଲେ ହାର୍ଦ୍ଦିକ । ଆଉ ଏବେ ଟୁର୍ଣ୍ଣମେଣ୍ଟ ସରିବା ପରେ ପ୍ରେମିକାଙ୍କ ସହ ଏକାଠି ବୁଲାବୁଲି କରୁଛନ୍ତି ହାର୍ଦ୍ଦିକ । ଯାହାର ଫଟୋ ନିଜେ ପ୍ରେମିକା ମାହିକା ଶର୍ମା ନିଜର ସୋସିଆଳ ମିଡିଆରେ ପୋଷ୍ଟ କରିଛନ୍ତି ।
ପାପାରାଜିରେ ହାର୍ଦ୍ଦିକ ଏବଂ ମାହିକା ବୁଲାବୁଲି କରିବା ସହ ଖୁସିର ମୁହୂର୍ତ୍ତ ବିତାଉଥିବା ଦେଖିବାକୁ ମିଳିଛି । ଉଭୟ ହାତ ଧରାଧରି ହୋଇ ବୁଲୁଥିବା ଦେଖିବାକୁ ମିଳିଛି । ଏହାସହ ନିଜର ପୋଷା କୁକୁର ସହ ମାହିକା ଏକ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ଷ୍ଟୋରୀ ରଖିଛନ୍ତି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି । ଏପେଟେ ହାର୍ଦ୍ଦିକ ପ୍ରେମିକାଙ୍କ ସହ ବୁଲୁଥିବାବେଳେ ସେପଟେ ପୂର୍ବତନ ପତ୍ନୀ ନତାଶା ମଧ୍ୟ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ନତାଶା ପୁଅଙ୍କ ସହ ଛୁଟି କାଟୁଛନ୍ତି । ସେ ମଧ୍ୟ ନିଜର ଫଟୋସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।
ସେପଟେ ଆମେ ଯଦି ନତାଶାଙ୍କ କଥା କହିବା ତାହେଲେ ସେ ହାର୍ଦ୍ଦିକଙ୍କୁ ୨୦୨୦ ମସିହାରେ ଲୁଚି ବିବାହ କରିଥିଲେ । ପରେ ୨୦୨୩ ଉଦୟପୁରରେ ପୁଣିଥରେ ସମସ୍ତଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୪ ମସିହାରେ ଏହି ଦମ୍ପତ୍ତି ଛାଡ଼ପତ୍ର ଘୋଷଣା କରିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ପରେ ଉଭୟ ନିଜ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି ।
ଏହାସହ ପଢ଼ନ୍ତୁ : ICC ରାଙ୍କିଂ : ଖସିଲେ ବରୁଣ ଚକ୍ରବର୍ତ୍ତୀ, ଉପରକୁ ଉଠିଲେ ଇଶାନ