ନୂଆଦିଲ୍ଲୀ : ରବିବାର କୋଲକାତା ବିପକ୍ଷ ମ୍ୟାଚରେ ରାଜସ୍ଥାନର ପରାଜୟ ହୋଇଛି । ଚଳିତବର୍ଷ କୋଲକାତା ପ୍ରଥମ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ପକ୍ଷରୁ ଭଲ ଆରମ୍ଭ କରିଥିଲେ । ତଥାପି ତାଙ୍କ ଦଳ ବିଶାଳ ସ୍କୋର କରିପାରିନଥିଲା । ଶେଷରେ ଦଳ ପରାଜୟ ବରଣ କରିଛି । ଆଉ ଏହି ପରାଜୟ ପରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବୈଭବ ସୂର୍ଯ୍ୟବଂଶୀ ମନଦୁଃଖ ସହ ବସିଥିବା ଦେଖିବାକୁ ମିଳୁଛନ୍ତି । ଏହାସହ ତାଙ୍କୁ ସାଥୀ ଖେଳାଳିମାନେ ବୁଝାଉଥିବା ଦେଖିବାକୁ ମିଳିଛି । ଯାହାକ ପ୍ରବଳ ମାତ୍ରାରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି ।

ଚଳିତ ସିଜିନ ଆରମ୍ଭ ହେବା ପୂର୍ବରୁ ବୈଭବ ଏକ ଇଣ୍ଟରଭିୟ୍ୟୁରେ କହିଥିଲେ କି, ମୁଁ ଚାହେଁ ଆମ ଦଳ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି । ଆମେ ଭଲ ଖେଳିବା ପାଇଁ ଚେଷ୍ଟା କରିବୁ । ତେବେ ଚଳିତ ସିଜିନରେ ରାଜସ୍ଥାନ ପ୍ରଥମରୁ ମ୍ୟାଚ ଜିତିଥିବାବେଳେ ଶେଷ ଦୁଇ ମ୍ୟାଚ ହାରି ପଏଣ୍ଟ ଟେବୁଲରେ ତଳକୁ ଖସିଛି । ଲଗାତାର ଦ୍ବିତୀୟ ପରାଜୟ ପରେ ରାଜସ୍ଥାନର ଏହି ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି ।

ବୈଭବ ସୂର୍ଯ୍ୟବଂଶୀ କେକେଆର ବିପକ୍ଷରେ ୨୮ ବଲ୍ ରେ ୪୬ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଛକା ଏବଂ ଛଅ ଚୌକା ସାମିଲ ଥିଲା । ତାଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନର ପ୍ରଥମ ଝଟକା ଥିଲେ। ତଥାପି, ଯେତେବେଳେ ସେ ଆଉଟ୍ ହୋଇଥିଲେ, ସେ ତାଙ୍କର କାମ କରିସାରିଥିଲେ ।

ଏହାସହ ପଢ଼ନ୍ତୁ : IPL 2026: ସଂଧ୍ୟାରେ ସାମ୍ନାସାମ୍ନି ହେବେ ମୁମ୍ବାଇ- ଗୁଜରାଟ, ପଏଣ୍ଟ ଟେବୁଲକୁ ଉଠିବାକୁ ଚେଷ୍ଟା କରିବ MI