ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ନୂଆ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରସିଦ୍ଧ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଭୋଗଲେ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ,ତାଙ୍କର ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଜଡ଼ିତ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି , ତାହା ସଂପୂର୍ଣ୍ଣ ଫେକ୍ ଓ ଡବ୍ଡ।
ହର୍ଷ ଭୋଗଲେ କହିଛନ୍ତି ଭାଇରାଲ କ୍ଲିପରେ ଦେଖିବାକୁ ମିଳିଥିବା ଖବର ସତ ନୁହେଁ। ସେ ସ୍ପଷ୍ଟ କରିଛନ୍ତି ଯେ, ଭିଡିଓରେ ଯେଉଁଭଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଗର୍ବୀ , ଅହଙ୍କାରୀ ଓ ଅସଭ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି, ସେମିତି ନା କିଛି ପ୍ରଶ୍ନ ପଚରା ଯାଇଥିଲା ନା ହିଁ ବୈଭବ ଏମିତି କିଛି ଉତ୍ତର ଦେଇ ଥିଲେ। ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭୋଗଲେ ଲେଖିଛନ୍ତି ,ସୋସିଆଲ ମିଡିଆରେ ଏକ ନକଲି ଡବ୍ଡ (dubbed) କ୍ଲିପ୍ ଘୂରି ବୁଲୁଛି, ଯେଉଁଥିରେ ତାଙ୍କୁ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦେଖା ଯାଇଛି। ଏହି କ୍ଲିପ୍ ବୈଭବଙ୍କୁ ଗର୍ବୀ ଓ ଅହଙ୍କାରୀ ଭାବେ ପ୍ରଦର୍ଶନ କରୁଛି। ସେ କହିଛନ୍ତି , ବାସ୍ତବିକ ଭାବେ ଏମିତି କୌଣସି କଥାବାର୍ତ୍ତା ହୋଇ ନାହିଁ।
ଭୋଗଲେ ଆହୁରି କହିଛନ୍ତି ଯେ, ଏହି କାର୍ଯ୍ୟ ବିଶେଷ କରି ଜଣେ ଯୁବ ଖେଳାଳି ପ୍ରତି ଅତି ନିଷ୍ଠୁର କାର୍ଯ୍ୟ। ତାଙ୍କ ମୁତାବିକ ବୈଭବ ସୂର୍ଯ୍ୟବଂଶୀ ଏବେ ସୁଦ୍ଧା ଯେତିକି ସାର୍ବଜନିକ କଥାବାର୍ତ୍ତା କରିଛନ୍ତି, ସେଥିରେ ସେ ସର୍ବଦା ସମ୍ମାନଜନକ ଓ ବିନମ୍ର ନଜର ଆସିଛନ୍ତି। ଏହି ସ୍ଥିତିରେ କୌଣସି ଯୁବ କମ୍ ବୟସର ଖେଳାଳିଙ୍କ ଛବିକୁ ନଷ୍ଟ କରିବା ପାଇଁ ଏହିପରି ଏଡିଟିଂ ଓ ଫେକ୍ ଅଡିଓର ବ୍ୟବହାର କରିବା ଭୁଲ୍।
Commentator Harsha Bhogle (@bhogleharsha) posts, "There is a fake dubbed clip of me and Vaibhav Sooryavanshi doing the rounds on social media. It depicts Vaibhav as being rude and cocky. Neither was that question asked nor was there an answer like that. It is cruel and… pic.twitter.com/iCuDDz2zvI
— Press Trust of India (@PTI_News) June 2, 2026
ନିକଟତମ ମାସ ଗୁଡ଼ିକରେ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟର ସବୁଠୁ ଚର୍ଚ୍ଚିତ ଯୁବ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି। କମ୍ ବୟସରେ ତାଙ୍କର ବ୍ୟାଟିଂରେ ପରିଚୟ ସୃଷ୍ଟି କରିଥିବା ଏହି ଖେଳାଳିଙ୍କୁ ନେଇ ସୋସିଆଲ ମିଡିଆରେ ଲଗାତାର ହୋଇଥାଏ। ଏମିତିରେ ହର୍ଷ ଭୋଗଲେଙ୍କ ଏହି ବିବୃତ୍ତି ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି, କାରଣ ସେ ସିଧାସଳଖ ଭାଇରାଲ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ତାକୁ ଫେକ୍ ଦର୍ଶାଇଛନ୍ତି।
ଭୋଗଲେଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ମଧ୍ୟ ବିତର୍କ ଜୋର ଧରିଛି। ଅନେକ ପ୍ରଶଂସକ ତାଙ୍କର ବିବୃତ୍ତିର ସମର୍ଥନ କରି କହିଛନ୍ତି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡବ୍ଡ କଣ୍ଟେଣ୍ଟର ଯୁଗରେ କୌଣସି ଖେଳାଳିଙ୍କ ଛବିକୁ ମଳିନ କରୁଥିବା ସାମଗ୍ରୀ ବିରୁଦ୍ଧରେ ଦୃଢ ପଦକ୍ଷେପ ନିଆଯିବା ଉଚିତ୍।
ହର୍ଷ ଭୋଗଲେଙ୍କ ଏହି ସ୍ପଷ୍ଟୀକରଣ ପରେ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଭାଇରାଲ ଭିଡିଓରେ ଦେଖା ଯାଇଥିବା କଥାବାର୍ତ୍ତା ବାସ୍ତବିକ ଇଣ୍ଟରଭ୍ୟୁର ଅଂଶ ନୁହେଁ। ଭୋଗଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁରକ୍ଷା ଦେଇ ତାଙ୍କୁ ସମ୍ମାନଜନକ ଓ ବିନମ୍ର ଯୁବ ଖେଳାଳି କହିଛନ୍ତି। ଏହା ଧ୍ୟାନ ରହିବ ଯେ, ବୈଭବ ଏହି ଆଇପିଏଲରେ ହର୍ଷ ଭୋଗଲେଙ୍କର ମଧ୍ୟ ପାଦ ଛୁଇଁ ପ୍ରଣାମ କରି ଥିଲେ।
ଆହୁରି ମଧ୍ୟ ପଢନ୍ତୁ : ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମାଆଙ୍କ ଘରୁ ଚୋରି, ୨୫ ଲକ୍ଷ ଟଙ୍କାର ଗହଣା ଓ ମହଙ୍ଗା ଘଣ୍ଟା ନେଇଥିବା ମହିଳା ଗିରଫ
କହି ରଖୁଛୁ କି, ଆଇପିଏଲ ୨୦୨୬ରେ ନିଜର ବିସ୍ଫୋରକ ପ୍ରଦର୍ଶନରେ କ୍ରିକେଟ୍ ଜଗତରେ ବୈଭବ ସୂର୍ଯ୍ୟବଂଶୀ ଆଶ୍ଚର୍ଯ୍ୟ କରି ଦେଇଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ୧୬ଟି ପାଳିରେ ବୈଭବ ୭୭୬ ରନ୍ କରିଛନ୍ତି। ତାଙ୍କର ଆଭରେଞ୍ଜ ୪୮.୫୦ ଓ ଷ୍ଟ୍ରାଇକ୍ ରେଟ୍ ୨୩୭.୩୦ର ରହିଛି। ପୂରା ସିଜନରେ ଗୋଟିଏ ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ କରିଛନ୍ତି। ତାଙ୍କୁ ବ୍ୟାଟରୁ ୬୩ଟି ଚୌକା ଓ ୭୨ଟି ଛକା ଆସିଛି।