ନୂଆଦିଲ୍ଲୀ,୭।୧୦: ହରିୟାଣା କ୍ୟାଡରର ଏଡିଜିପି ସ୍ତରୀୟ ଆଇପିଏସ ଅଧିକାରୀ ୱାଇ.ପୁରନ କୁମାରଙ୍କ ଆତ୍ମହତ୍ୟା। ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି। ଏହି ଘଟଣା ଚଣ୍ଡିଗଡ ସ୍ଥିତ ନିଜ ବାସଭବନ ସେକ୍ଟର ୧୧ରେ ଘଟିଛି। ମୃତଦେହକୁ ଉଦ୍ଧାର କରି ସେକ୍ଟର ୧୬ ହସ୍ପିଟାଲକୁ ନିଆଯାଇଛି।ବର୍ତ୍ତମାନ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନି।ତାଙ୍କ ପତ୍ନୀ ଅମନୀତ ପି. କୁମାର ଜଣେ ଆଇଏଏସ ଅଧିକାରୀ । ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନାୟବ ସୈନି ଏବଂ ତାଙ୍କ ପ୍ରତିନିଧିମଣ୍ଡଳର ସହ ଜାପାନ ଗସ୍ତରେ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଏଡିଜିପି ପୂରନଙ୍କ ପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ। ପୋଲିସ ଅଧିକାରୀ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଇପିଏସ୍ ୱାଇ.ପୁରନ୍ କୁମାର ରୋହତକର ସୁନାରିଆର ଏଡିଜିପି ପୋଲିସ ଟ୍ରେନିଂ କଲେଜରେ ନିଯୁକ୍ତ ଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଚଣ୍ଡିଗଡ଼ ପୋଲିସ ଫୋରେନସିକ୍ ଦଳ ଏବଂ ସିଏଫଏସଏଲ ଦଳ ୱାଇ ପୁରନ୍ କୁମାରଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ୱାଇ ପୁରନ୍ ସିଂହ ୨୦୦୧ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ। ତାଙ୍କ ପତ୍ନୀ ଅମନୀତ ପି କୁମାର ମଧ୍ୟ ହରିୟାଣା କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ। ବର୍ତ୍ତମାନ, ଅମନୀତ ପି କୁମାର ବୈଦେଶିକ ସହଯୋଗ ବିଭାଗର କମିଶନର ଏବଂ ସଚିବ ଅଛନ୍ତି।
ଘଟଣା ସମୟରେ ଘରେ କେବଳ ଦୁଇଜଣ ଥିଲେ,ପୁରନ କୁମାର ଏବଂ ତାଙ୍କ ଝିଅ। ମଧ୍ୟାହ୍ନ ସମୟରେ ପୁରନ କୁମାର ତାଙ୍କ ବେସମେଣ୍ଟକୁ ଯାଇ ସର୍ଭିସ୍ ରିଭଲଭରେ ନିଜକୁ ଗୁଳି କରିଥିବା କୁହାଯାଉଛି। ଗୁଳି ଶବ୍ଦ ଶୁଣି ଝିଅ ବେସମେଣ୍ଟ ଭିତରକୁ ଆସିବା ପରେ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ରକ୍ତ ପଡିଥିବାର ଦେଖିଥିଲେ। ଝିଅ ଚିତ୍କାର କରି ବାହାରକୁ ଆସିବା ପରେ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ। ଆଇପିଏସ୍ ପୁରନ କୁମାର ବହୁବାର ବିବାଦର ପରିସରକୁ ଆସିଛନ୍ତି। ସେ ତାଙ୍କର ପଦୋନ୍ନତି, କେବେ ମନ ପସନ୍ଦର କାର ନମଳିବା ତ ଆଉ କେବେ ଘରକୁ ନେଇ ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଥିଲେ। ଥରେ ତ ସେ ଅନେକ ଆଇପିଏସ୍ ଅଧିକାରୀ ଏକାଧିକ ବାସସ୍ଥାନ ଦଖଲ କରିଥିବା ଅଭିଯୋଗ କରିଥିଲେ।