ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହରିୟାଣା ବିଧାନସଭା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହେଲେ ଭାରତର ସବୁଠାରୁ ଧନୀ ମହିଳା

Published By : Tapas Panda | October 8, 2024 10:51 PM

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ମହିଳା ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ବଡ଼ ବିଜୟ ହାସଲ କରିଛନ୍ତି । ହରିୟାଣାର ହିସାର ବିଧାନସଭାନ ଆସନରେ ବିଜେପିର କମଲ ଗୁପ୍ତାଙ୍କୁ ୧୮,୯୪୧ ଭୋଟରେ ପରାସ୍ତ କରିଛନ୍ତି ସାବିତ୍ରୀ ଜିନ୍ଦଲ । ହିସାରର ଭୋଟରଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାବିତ୍ରୀ ଜିନ୍ଦଲ ଲେଖିଛନ୍ତି, ‘ହିସାର ପରିବାର ପାଖରେ ମୁଁ ଋଣୀ ।’  

୭୪ ବର୍ଷୀୟା ବ୍ୟବସାୟୀ ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ତୃତୀୟ ଥର ଲାଗି ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ୨୦୦୫ ଏବଂ ୨୦୦୯ରେ ହିସାର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ ସାବିତ୍ରୀ ଜିନ୍ଦଲ । ବିଶିଷ୍ଟ ବ୍ୟବସାୟୀ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ପତ୍ନୀ ସାବିତ୍ରୀ ଜିନ୍ଦଲ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଜିନ୍ଦଲ ଗ୍ରୁପ୍‌ର ମୁଖ୍ୟ ହୋଇଥିବା ବେଳେ ତାଙ୍କ କମ୍ପାନି ଷ୍ଟିଲ୍‌, ଶକ୍ତି, ମାଇନିଂ ଏବଂ ନିର୍ମାଣ କ୍ଷେତ୍ରରେ ରାଜ କରୁଛି । ତାଙ୍କର ନେତୃତ୍ବ ବିଶ୍ବ ଦରବାରରେ ଲୋକପ୍ରିୟତା ହାସଲ କରିଛି । ସାବିତ୍ରୀ ଜିନ୍ଦଲଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ସମ୍ନାନରେ ସମ୍ମାନିତ କରାଯାଇଛି । 

ପ୍ରଥମେ ୨୦୦୫ରେ କଂଗ୍ରେସ ଟିକେଟରେ ହିସାର ଆସନରୁ ନିର୍ବାଚନ ଲଢ଼ିଥିଲେ । ପୁଣି ୨୦୦୯ରେ ସେହି ଆସନରୁ ବିଜୟୀ ହୋଇଥିଲେ । ୨୦୨୩ରେ ମନ୍ତ୍ରୀ ହୋଇଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସରୁ ଦୂରେଇ ଯାଇଥିଲେ । ଫୋର୍ବସ ରିପୋର୍ଟ ଅନୁସାରେ, ସାବିତ୍ରୀ ଜିନ୍ଦଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩.୬୫ ଲକ୍ଷ କୋଟି ଟଙ୍କା । ସେ ଭାରତର ସବୁଠାରୁ ଧନୀ ମହିଳା । ହିସାରରେ ସାବିତ୍ରୀ ଜିନ୍ଦଲଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପିର କମଲ ଗୁପ୍ତା । ସେ ୨୦୨୧ରେ ହରିୟାଣାର ସହରୀ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ କମଲ ଗୁପ୍ତା ହିସାର ଆସନରୁ ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.