ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ୟୁକ୍ରେନ ଯୁଦ୍ଧକୁ ଦୀର୍ଘ ଦିନ ଜାରି ରଖି ଅଡ଼ୁଆରେ ପୁଟିନ ? ଦେବାଳିଆ ଆଶଙ୍କା ଦେଖାଦେଇ ପାରେ

Published By : Prameya | November 14, 2024 7:34 PM

ନୂଆଦିଲ୍ଲୀ : ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧକୁ ଏବେ ପାଖାପାଖି ୩ ବର୍ଷ ପୂରିବ। ଉଭୟ ଦେଶ ପରସ୍ପର ଉପରେ ହମଲା ଜାରି ରଖିଛନ୍ତି। ଏହି ଯୁଦ୍ଧକୁ ଦୀର୍ଘ ଦିନ ଧରି ଜାରି ରଖିବାର ରୁଷ୍‌ ଉପରେ ହେଉଛି ଅଭିଯୋଗ। ଏହି ମଧ୍ୟରେ ରୁଷୀୟ ମିଡ଼ିଆର ରିପୋର୍ଟରେ କୁହାଯାଇଛି ଯେ, ରୁଷ୍‌ର ବିମାନ ଉଦ୍ୟୋଗ ସଦ୍ୟ ଏକ ବଡ଼ ସଙ୍କଟରେ ଫସିବାକୁ ଯାଉଛି। ରୁଷୀୟ ଦୈନିକ ଇଜଭେଷ୍ଟିଆର ଏକ ରିପୋର୍ଟରେ କୁହାଯାଇଛି ଯେ, ରୁଷ୍‌ର ୩୦ଟି ଏୟାରଲାଇନ୍‌ କମ୍ପାନୀ ଦେବାଳିଆ ହେବାର ସ୍ଥିତିରେ ପହଞ୍ଚି ଯାଇଛି। ଏହି ୩୦ଟି କମ୍ପାନୀ ସାମୂହିକ ଭାବେ ଘରୋଇ ଯାତ୍ରୀ ଯାତାୟାତର ୨୫ ପ୍ରତିଶତ ବହନ କରେ ,କିନ୍ତୁ ଆର୍ଥିକ ବୋଝର ବୃଦ୍ଧି କାରଣରୁ ଆସନ୍ତା ବର୍ଷ ୨୦୨୫ସୁଦ୍ଧା ଦେବାଳିଆ ହୋଇପାରେ। 

ଦେବାଳିଆର ସମ୍ମୁଖୀନ ହେଉଥିବା ଏହି ବିମାନ କମ୍ପାନୀ ଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଆକାର, ଯେଉଁମାନେ ବିଦେଶୀ ବିମାନ ଗୁଡ଼ିକୁ ଲିଜ୍‌ରେ ନେଇଛନ୍ତି। ଏହି କାରଣରୁ ଏହା ଉପରେ ଖୁବ୍‌ କରଜର ବୋଝ ରହିଛି। ୟୁକ୍ରେନ୍‌ ସହ ଯୁଦ୍ଧ ଆରମ୍ଭ ହେବା ପରେ ପାଶ୍ଚାତ ଦେଶ ଗୁଡ଼ିକ ରୁଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି, ଯେଉଁଥି ପାଇଁ ସେମାନେ ଆର୍ଥିକ କ୍ଷତି ସହୁଛନ୍ତି। ୩୦ଟି କମ୍ପାନୀ ମଧ୍ୟରୁ ଅଧିକାଂଶ କମ୍ପାନୀମାନେ ବିମାନ ଲିଜ୍‌ର ଉପରେ କିସ୍ତି ଦେବା ବନ୍ଦ କରି ଦେଇଛନ୍ତି , ସେଥିପାଇଁ ସେମାନଙ୍କର ଋଣ ଭାର ଆହୁରି ବୃଦ୍ଧି ପାଇଛି। ଯଦିଓ ରାଷ୍ଟ୍ରପତି ପୁଟିନ ଏହି କମ୍ପାନୀଗୁଡ଼ିକୁ ରିଲିଫ ଯୋଗାଇବା ପାଇଁ କିଛି ଋଣ ଛାଡ଼ ଯୋଜନା କରିଛନ୍ତି। ତଥାପି ଏହି କମ୍ପାନୀ ଗୁଡ଼ିକ ଉପରେ ଟାକ୍ସର ବୋଝ ବଢି ଯାଇଛି। 

ରିପୋର୍ଟରେ କୁହାଯାଇଛି କି, ଯଦି ସରକାର ଏହି ଏୟାରଲାଇନ କମ୍ପାନୀଗୁଡ଼ିକର ଋଣକୁ ଛାଡ଼ କରନ୍ତି, ତେବେ ସେହି ରାଶିରେ ସେମାନଙ୍କୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଦେବାକୁ ପଡ଼ିବ। ଏଥିରେ ବିମାନ କମ୍ପାନୀ ଗୁଡ଼ିକ ଉପରେ ବୋଝ ଆହୁରି ବଢି ଯିବ। ଏଥିରୁ ଅଧିକାଂଶ କମ୍ପାନୀମାନେ ବରମୁଡା , ଆୟରଲାଣ୍ଡ ଓ ୟୁରୋପରେ ରେଜିଷ୍ଟର୍ଡ ହୋଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.