ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଚିନ୍ତା ବଢାଇଲାଣି HMPV ସଂକ୍ରମଣ, ବସିବ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକ

Published By : Rasmita Pradhan | January 15, 2025 8:39 AM

ଭୁବନେଶ୍ୱର,୧୫/୦୧ : ଦେଶରେ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଚ୍‌ଏମ୍‌ପିଭିର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ରାଜ୍ୟର ସମସ୍ତ ସିଡିଏମ୍‌ଓ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ଏହି ବୈଠକରେ ସବୁ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ । ସବୁ ଜିଲ୍ଲାର ସିଡିଏମ୍‌ଓ ଉପସ୍ଥିତ ରହିବେ । ଏଚ୍‌ଏମ୍‌ପିଭିକୁ ନେଇ କେନ୍ଦ୍ର ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ରାଜ୍ୟରେ ନିରୀକ୍ଷଣ ବ୍ୟବସ୍ଥା ଜାରି ରହିଛି । ହସ୍ପିଟାଲ୍‌ରେ ଜ୍ୱର ଜନିତ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ସମେତ ଅକ୍ସିଜେନ ମହଜୁଦ ରହିଛି । ଆଇଏଲ୍‌ଆର୍‌ (ଇନ୍‌ଫ୍ଲୁଏନଞ୍ଜା ଲାଇକ୍‌ ଇଲ୍‌ନେସ୍‌) ଓ ସାରି (ସିଭିଅର୍‌ ଆକ୍ୟୁଟ ରେସପିରେଟୋରୀ ଇଲ୍‌ନେସ୍‌) ଲକ୍ଷଣ ପ୍ରତି ବିଭାଗ ସଜାଗ ରହିଛି । ଏସବୁ ରୋଗୀଙ୍କର ଏଚ୍‌ଏମ୍‌ପିଭି ପାଇଁ ପରୀକ୍ଷା କରାଯାଉଛି ।

ଅଧିକ ପଢନ୍ତୁ-ଆଜି କର୍ପୋରେସନ ବୈଠକ, ମଶା ମରା ରଣନୀତି ଉପରେ ହେବ ଆଲୋଚନା

ଅନ୍ୟପଟରେ ପୁରୀ ଜିଲ୍ଳା କଣାସରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଛି । ଝାଡ଼ାବାନ୍ତିରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି । ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ପୁରୀ ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ଘଟଣା ସ୍ଥଳକୁ ଏକ ଟିମ୍‌ ଯାଇଛି । ସେଠାରେ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି । ମୃତ୍ୟୁର କାରଣ ସମ୍ପର୍କରେ ସିଡିଏମ୍‌ଓ ତଦନ୍ତ କରୁଛନ୍ତି । ମୃତକ ଏକ ଭୋଜିରେ ଯୋଗଦେଇ ଫେରିବା ପରେ ତାଙ୍କ ଦେହ ଖରାପ ହୋଇଥିଲେ । ପ୍ରଥମେ ସେ ପୁରୀ ଓ ପରେ ଏମ୍‌ସରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.