ଭୁବନେଶ୍ୱର : ବୟସ ବଢିବା ସହ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢିଥାଏ। ଏହି କାରଣରୁ ବୟସ୍କ ମାତା-ପିତାଙ୍କୁ ସାଧାରଣତଃ ଅଧିକ ମାତ୍ରାରେ ମେଡିକାଲ କଭରେଜର ଆବଶ୍ୟକତା ହୋଇଥାଏ। ଏଥିପାଇଁ ତାଙ୍କ ପାଇଁ ଅଲଗା ଭାବେ ସ୍ୱାସ୍ଥ୍ୟ ବୀମା ପିଲିସି ନେବା ଭଲ ହେବ। ବଜାଜ ଜେନେରାଲ ଇନ୍ସୁରାନ୍ସ ଲିମିଟେଡ (ପୂର୍ବ ନାମ ବଜାଜ ଆଲିୟାଞ୍ଜ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ) ର ମୁଖ୍ୟ ଟେକ୍ନିକାଲ ଅଫିସର(କମର୍ସିଆଲ) ଅମରନାଥଙ୍କ କହିବାନୁସାରେ , ଯଦି ଆପଣ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ତ , ତାଙ୍କର ପଲିସିରେ ଏହସବୁ ଜିନିଷକୁ ନିଶ୍ଚୟ ସାମିଲ କରାନ୍ତୁ।
- ବୟସ୍କ ବ୍ୟକ୍ତିଙ୍କ ପାଇଁ କେମିତିକା ସ୍ୱାସ୍ଥ୍ୟ ବୀମା ପଲିସି କରିବେ ?
ବୟସ ଯେତେ ଯେତେ ବଢେ , ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବାର ଆବଶ୍ୟକତା ସେତିକି ଅଧିକ ହୋଇଯାଏ। ଏଥିପାଇଁ ବେସିକ୍ ହସ୍ପିଟାଲାଇଜେସନରୁ ଅଧିକ ସୁବିଧା ଥିବା ପଲିସି ବାଛିବାର ଆବଶ୍ୟକତା ରହିଛି। ଇନ୍ସୁରାନ୍ସ କମ୍ପାନୀମାନେ ଏବେ ବୟସ୍କଙ୍କୁ ଉନ୍ନତ ଓ ଅଧିକ ଉପଯୋଗୀ ସୁରକ୍ଷା ଦେବା ପାଇଁ ଅନେକ ସ୍ୱତନ୍ତ୍ର ଲାଭ ଓ ଆଡ୍-ଅନ୍ ସୁବିଧା ପ୍ରଦାନ କରନ୍ତି।
ଆଡ୍-ଅନ୍ରେ କଣ ସାମିଲ ହୋଇଥିବ :
ଆଡ୍-ଅନ୍ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କ୍ରିଟିକାଲ ଇଲନେସ୍ କଭରେଜ। ବୟସାଧିକ ସହ , ଗୁରୁତର ରୋଗରେ ପୀଡ଼ିତ ହେବାର ସମ୍ଭାବନା ବୃଦ୍ଧି ପାଏ। ଏହି ଆଡ୍-ଅନ୍ ଷ୍ଟ୍ରୋକ୍ , କ୍ୟନସର, ଡାଇବେଟିସ୍, କାର୍ଡିୟୋଭାସ୍କୁଲାର ରୋଗ , କିଡନୀ ଫେଲିୟର , ପ୍ରମୁଖ ଅଙ୍ଗ ପ୍ରତ୍ୟାରୋପଣ ଆଦି ଭଳି ଅନେକ ଗୁରୁତର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ।
ଡୋମିସିଲିୟରୀ ହସ୍ପିଟାଲାଇଜେସନର ସୁବିଧା ମଧ୍ୟ ଥିବ :
ଏହି ସମୟରେ ହେଲଥ୍ ଇନ୍ସୁରାନ୍ସ ପଲିସିରେ ଡୋମିସିଲିୟରୀ ହସ୍ପିଟଲାଇଜେସନର ସୁବିଧା ମଧ୍ୟ ମିଳେ। ଏହା ଏକ ଏମିତି ହିଁ ଲାଭ , ଯେଉଁଥିରେ କୌଣସି ସ୍ୱତନ୍ତ୍ର ରୋଗ କିମ୍ୱା ସମସ୍ୟାର ଚିକିତ୍ସା ହସ୍ପିଟାଲ ପକ୍ଷରୁ ଘରେ ହିଁ କରାଯାଇ ପାରେ। ଏମିତି ସ୍ଥିତିରେ ହସ୍ପିଟାଲରେ ବେଡ୍ ନମିଳିବା କିମ୍ୱା ରୋଗୀଙ୍କ ଗୁରୁତର ସ୍ଥିତିକୁ ଦେଖି ଡାକ୍ତରଙ୍କ ଦ୍ୱାରା ଘରେ ଚିକିତ୍ସା ପରାମର୍ଶ ଦେବା ହୋଇପାରେ। ଯଦି ରୋଗୀଙ୍କ ଚିକିତ୍ସା ଅତି କମ୍ରେ ୩ ଦିନ ଯାଏ କରାଯାଏ, ତ ସେ ଡୋମିସିଲିୟରୀ ହସ୍ପିଟାଲାଇଜେସନର ଖର୍ଚ୍ଚର କ୍ଲେମ୍ କରିବାକୁ ଯୋଗ୍ୟ ହୁଅନ୍ତି।
କଞ୍ଜ୍ୟୁମେବଲ୍ସ କଭର ମଧ୍ୟ ହେଉଥିବ :
ବୟସ୍କଙ୍କ ପଲିସିକୁ କଞ୍ଜ୍ୟୁମେବଲ୍ସ କଭର ଓ ଓପିଡି କଭର ଭଳି ଆଡ୍-ଅନ୍ ଯୋଡ଼ି ଆହୁରି ଉନ୍ନତ କରାଯାଇ ପାରେ। ଦୀର୍ଘ ସମୟ ଯାଏ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ପ୍ରତିଦିନର ମେଡିକାଲ ଜିନିଷର ଖର୍ଚ୍ଚ ଖୁବ୍ ବଢି ପାରେ। କଞ୍ଜ୍ୟୁମେବଲ୍ସ କଭର ଏହା ସୁନିଶ୍ଚିତ କରେ ଯେ, ଏହି ଖର୍ଚ୍ଚର ଦେୟ ଇନ୍ସୁରାନ୍ସ କମ୍ପାନୀ କରିବ , ଯେଉଁଥିରେ ଆପଣଙ୍କୁ ହଠାତ୍ ନିଜ ପକେଟ୍ରୁ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଅନ୍ୟପଟେ, ଓପିଡି କଭର ନିୟମିତ ସ୍ୱାସ୍ଥ୍ୟ ଆବଶ୍ୟକତା ଗୁଡ଼ିକରେ ସାହାଯ୍ୟ କରିଥାଏ ଏବଂ ଏଥିରେ ଡାକ୍ତରଙ୍କୁ ସାକ୍ଷାତ କରିବା , ଡାଇଗ୍ନୋଷ୍ଟିକ୍ ଟେଷ୍ଟ , ଏକ୍ସ-ରେ ଓ ଔଷଧର ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏହା ଆପଣଙ୍କ ବୟସ୍କ ବ୍ୟକ୍ତିଙ୍କର ନିୟମିତ ଦେଖାଶୁଣା କରିବାରେ ସାହାଯ୍ୟ କରେ ଏବଂ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଗୁଡ଼ିକୁ ବଢିବା ପୂର୍ବରୁ ଉପଶମ ଦେବାରେ ସାହାଯ୍ୟ କରିଥାଏ।
ଫଲ୍-ଡିଟେକ୍ସନ ଟେକନିକ୍ ମଧ୍ୟ ଥିବ :
ବୟସ୍କଙ୍କ ମଧ୍ୟରେ ଦେଖାଯାଏ ଯେ, ସେମାନେ ଅନେକ ସମୟରେ କେଉଁଠି ବି ଖସି ପଡ଼ନ୍ତି। ଏଥିପାଇଁ ବୀମାକାରୀମାନେ ବୟସ୍କ ପଲିସିଧାରୀଙ୍କ ସାହାଯ୍ୟ ପାଇଁ କଲ୍ –ଡିଟେକ୍ସନ ମଧ୍ୟ ପ୍ରଦାନ କରନ୍ତି। ଏହାର ଅନୁକୂଳ ସ୍ମାର୍ଟୱାଚ୍ ବ୍ୟକ୍ତିଙ୍କ ଖସିବା ସ୍ଥିତିରେ ଅଟୋମେଟିକ୍ ରୂପେ ଆଲର୍ଟ ପଠାଇ ପାରେ, ଯେଉଁଥିରେ ଏମର୍ଜେନ୍ସି ସଂପର୍କ , ମେଡିକାଲ ସର୍ଭିସ ଓ ହେଲଥ୍କେୟାର ପ୍ରଦାନକାରୀଙ୍କୁ ତୁରନ୍ତ ସୂଚନା ମିଳିଥାଏ। ଏହି ଡିଭାଇସ ହାର୍ଟରେଟ୍, ଶରୀରର ତାପମାତ୍ରା ଓ ଅକ୍ସିଜେନ ସାଚ୍ୟୁରେସନ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପାରାମିଟରକୁ ମଧ୍ୟ ଟ୍ରାକ୍ କରେ। ଯେତେବେଳେ ବି ଆବନର୍ମାଲ ରିଡିଂ ବିଷୟରେ ଜଣାପଡ଼େ, ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ।
ଆହୁରି ମଧ୍ୟ ପଢନ୍ତୁ : କର୍କଟ ବଢିବାର ମୁଖ୍ୟ କାରଣ,କାହିଁକି ଡେରି ହୁଏ ଚିହ୍ନଟ ?