ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଶରୀରକୁ ହାଇଡ୍ରେଟ୍ ରଖିବ ଖରଭୁଜ, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | April 10, 2025 11:47 AM

ଗ୍ରୀଷ୍ମ ଋତୁର ଆଗମନ ସହିତ, ବଜାରରେ ପ୍ରଚୁର ପରିମାଣର ଖରଭୁଜ ମିଳିବା ଆରମ୍ଭ ହୋଇଛି । ସ୍ୱାଦରେ ମିଠା ଏବଂ ଥଣ୍ଡା, ଖରଭୁଜ କେବଳ ଆପଣଙ୍କୁ ସତେଜ କରେ ନାହିଁ ବରଂ ଆପଣଙ୍କ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ। ଏହା ଅନେକ ପ୍ରକାରର ଗୁଣର ଭଣ୍ଡାର। ଏଥିରେ ମୁଖ୍ୟତଃ କିଛି ଭିଟାମିନ୍ ଥାଏ, ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଖରଭୁଜରେ କେଉଁ ଭିଟାମିନ୍ ଭରପୁର ହୋଇ ରହିଛି ଏବଂ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମେ କେଉଁ ରୋଗରୁ ମୁକ୍ତି ପାଇପାରିବା ?

ଖରଭୁଜରେ କେଉଁ ଭିଟାମିନ୍ ରହିଥାଏ ? 

ଖରଭୁଜ ଭିଟାମିନ୍ ଏ ଏବଂ ଭିଟାମିନ୍ ସିରେ ଭରପୁର। ଭିଟାମିନ୍ ଏ ଦୃଷ୍ଟିଶକ୍ତି ବଢାଇବା ଏବଂ ଚର୍ମକୁ ଉଜ୍ଜ୍ୱଳ କରିବାରେ ସହାୟକ ହୋଇପାରେ। ସେହିପରି ଭିଟାମିନ୍ ସି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।

ଦୃଷ୍ଟିଶକ୍ତି ଉନ୍ନତ କରେ - ତରଭୁଜରେ ଥିବା ଭିଟାମିନ୍ ଏ ଦୃଷ୍ଟିଶକ୍ତି ଉନ୍ନତ କରେ ଏବଂ ଆପଣଙ୍କୁ ମୋତିଆବିନ୍ଦୁରୁ ରକ୍ଷା କରେ।

ଶରୀରକୁ ହାଇଡ୍ରେଟ୍ ରଖେ - ତରଭୁଜରେ ୯୦% ରୁ ଅଧିକ ପାଣି ଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣ ଅଂଶୁଘାତ ଭଳି ରୋଗରୁ ରକ୍ଷା ପାଇ ପାରିବେ । ଏହା ସହିତ ଖରଭୁଜ ଆପଣଙ୍କ ଶରୀରର ତାପମାତ୍ରାକୁ ମଧ୍ୟ ହ୍ରାସ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ - ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଥାଏ, ଯାହା ଶରୀରକୁ ସଂକ୍ରମଣ ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ତେଣୁ ବିଶେଷ କରି ଖରଭୁଜକୁ ଖରାଦିନେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି । 

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ - ତରଭୁଜ ଭିଟାମିନ୍ ସିର ଏକ ଉନ୍ନତ ଉତ୍ସ । ଯାହା କୋଲାଜେନ ଉତ୍ପାଦନକୁ ପ୍ରୋତ୍ସାହିତ କରେ । କେବଳ ସେତିକି ନୁହେଁ, ଏହା ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରେ ।

ପାଚନ ଶକ୍ତି ଉନ୍ନତ କରେ - ଏଥିରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଯାହା କୋଷ୍ଠକାଠିନ୍ୟ ଦୂର କରିବାରେ ପ୍ରଭାବଶାଳୀ । ଏହା ବ୍ୟତୀତ ଖରଭୁଜ ପେଟକୁ ଥଣ୍ଡା ରଖେ ଏବଂ ଗ୍ୟାଷ୍ଟିକ୍ ସମସ୍ୟାରୁ ମଧ୍ୟ ଆରାମ ପ୍ରଦାନ କରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.