ବ୍ରହ୍ମପୁର,୦୮।୦୨: ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ । ସମଗ୍ର ଶିକ୍ଷା ଅଭିଯାନର ଏହି ସ୍ଲୋଗାନ୍ କେବଳ ସ୍ଲୋଗାନରେ ସୀମିତ । ପାଠ ପଢ଼ିବା ସବୁପିଲାଙ୍କ ଭାଗ୍ୟରେ ନାହିଁ । ଆର୍ଥିକ ଅନାଟନ ସହବିଭିନ୍ନ ସମସ୍ୟା କାରଣରୁ ଏବେ ଗଞ୍ଜାମ ଜିଲ୍ଲାରେ ବହୁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି, ଏପରିକି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ଶିକ୍ଷା ଗ୍ରହଣ ସକାଶେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ସରକାର । ହେଲେ ଗଞ୍ଜାମ ଜିଲ୍ଲାରେ ଏସବୁ କେବଳ ଫାଇଲ୍ରେ ସୀମିତ ଥିବା ତଥ୍ୟାଭିଜ୍ଞ ମହଲ ଅଭିଯୋଗ କରୁଛନ୍ତି ।

ସରକାରୀ ପ୍ରୋତ୍ସାହନ ଏବଂ ଦୀର୍ଘ ବର୍ଷ ଧରି ପୃଷ୍ଠପୋଷକତା ରାଶି ନମିଳିବାରୁ ପାତ୍ରପୁର ବ୍ଲକ୍ ସୁରଙ୍ଗୀରେ ରାଜାପାତ୍ର ନାମକ ଜଣେ ମେଧାବୀ ଛାତ୍ର ପାଠ ଛାଡ଼ିବାକୁବାଧ୍ୟ ହେବା ଏହାର ଏକ ନଜିର । କେବଳ ରାଜାକାହିଁକି ଏମିତି ଅନେକ ପିଲା ପୃଷ୍ଠପୋଷକତାଅଭାବରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫ ଶହ ପିଲା ସରକାରୀପୃଷ୍ଠପୋଷକତା ପାଇଁ ଆବେଦନ କରିଛନ୍ତି । ମାତ୍ରସେମାନଙ୍କ ଭବିଷ୍ୟତ ଏବେ ଫାଇଲ୍ରେ ଝୁଲୁଛି । ଅସହାୟ ପିଲାଙ୍କ ପାଠ ପଢ଼ା ପାଇଁ ରାଜ୍ୟ ମହିଳାଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପନସରସିପ୍ (ଶିକ୍ଷା,ସ୍ୱାସ୍ଥ୍ୟ ଓ ପୋଷଣ ପାଇଁ ପୃଷ୍ଠପୋଷାକତା) ଯୋଗାଇଦିଆଯାଉଛି । ମାସିକ ୪ ହଜାର ଟଙ୍କା ଲେଖାଏଁ ଜଣେ ୩ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ । ଫଳରେ ଆର୍ଥିକ ପଛୁଆ ବର୍ଗ ଏବଂ ଗରିବ ପରିବାର ମଧ୍ୟସେମାନଙ୍କ ପିଲାଙ୍କୁ ପଢ଼ାଇବାକୁ ଇଛା କରିବେ । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ତଥା ଅସହାୟ ପିଲାଙ୍କୁଚିହ୍ନଟ କରି ପୃଷ୍ଠପୋଷକତା ଯୋଗାଇଦେବା ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଦାୟିତ୍ୱ ।

ଏକକ ଅଭିଭାବକ (ବାପାକିମ୍ବା ମାଆ ଜଣେ ଥିବେ), ଅନାଥ ହୋଇଥିବେ,ବାପା କିମ୍ବା ମାଆ ଘାତକ ରୋଗରେ ଆକ୍ରାନ୍ତ ଥିବେ,ଯଦି କୌଣସି ଅଭିଭାବକ ପିଲାର ଯତ୍ନ ନେବାକୁଅକ୍ଷମ ଏଭଳି କ୍ଷେତ୍ରରେ ସେମାନେ ପୃଷ୍ଠପୋଷକତାପାଇବାକୁ ଯୋଗ୍ୟ । ଏହା ଉକ୍ତ ଶିଶୁର ପରିବାରକୁଏକ ସହାୟତା ଯାହା ପିଲାକୁ ପଢ଼ିବା ପାଇଁ ଆଗ୍ରହସୃଷ୍ଟି କରାଇବ । ଗଞ୍ଜାମ ଜିଲ୍ଲାରେ ୯୮ ଜଣ ପିଲାପୃଷ୍ଠପୋଷକତା ପାଉଛନ୍ତି । ୨୦୨୫ ଏପ୍ରିଲ୍ ମାସରୁଏମାନଙ୍କ ପ୍ରୋତ୍ସାହନ ରାଶି ଆସିନଥିବାବେଳେସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ଫାଇଲ୍ ପୃଷ୍ଠପୋଷକତା ଏବଂପରବର୍ତ୍ତୀ ଯତ୍ନ କମିଟି (ଏସ୍ଏଫ୍ସି) ନିକଟରେ ଏବଂପ୍ରାୟ ତିନି ଶହ ଅସହାୟ ପିଲାଙ୍କ ଆବେଦନ ଜିଲ୍ଲାଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ରେ ପଡ଼ି ରହିଛି ।ସିଡବ୍ଲ୍ୟୁସିରେ ପାସ୍ ହେବା ପରେ ପ୍ରାୟ ୨ ଶହଆବେଦନ ଏସ୍ଏଫ୍ସିକୁ ଯାଇଛି । ପୁରୁଣା ପିଲାଙ୍କୁପ୍ରୋତ୍ସାହନ ରାଶି ଦେବାକୁ ଟଙ୍କା ନାହିଁ । ଏବେ ନୂଆପିଲାଙ୍କୁ ଦେବେ କେଉଁଠି ।ତେଣୁ ନୂଆ ଅନୁମୋଦନ ହୋଇଥିଲେ ମଧ୍ୟ ସେମାନେ ପ୍ରୋତ୍ସାହନ ରାଶିପାଇବାରୁ ବଞ୍ଚିତ ଅଛନ୍ତି ।

ଆହୁରି ପଢନ୍ତୁ-ବିକ୍ରମ ପଣ୍ଡା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି: କହିଲେ,'ମୁଁ ନିର୍ଦ୍ଦୋଶ, ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଯାଇଛି'

ଅନ୍ୟପକ୍ଷରେ ସିଡବ୍ଲ୍ୟୁସିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ଶହରୁ ଊଦ୍ଧ୍ୱର୍ ଫାଇଲ୍ ପେଣ୍ଡିଂରହିଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ରେ ଆବେଦନପରେ ସେହି ଫର୍ମ ସିଡବ୍ଲ୍ୟୁସିକୁ ବିଚାରଣା ପାଇଁଆସିଥାଏ । ଆବେଦନକାରୀଙ୍କ ସମସ୍ତ କାଗଜପତ୍ର ଏବଂ ସାମାଜିକ ଅନୁସନ୍ଧାନ ରିପୋର୍ଟ (ଏସ୍ଆଇଆର୍) ଆସିବା ପରେ ବିଚାରଣା କରି ଫାଇଲ୍ ଏସ୍ଏଫ୍ସିକୁ ପଠାଇଥାଏ । କିନ୍ତୁ ଏସ୍ଆଇଆର୍ ଏବଂ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ୩ଶହରୁ ଊଦ୍ଧ୍ୱର୍ ଆବେଦନ ଏବେବି ସିଡବ୍ଲ୍ୟୁସି ନିକଟରେ ପେଣ୍ଡିଂ ଥିବା ସୂଚନା ମିଳିଛି ।ପିଲାମାନେ ପୃଷ୍ଠପୋଷକତା ପାଇନଥିବାରୁ ସେମାନଙ୍କଚଳଣିରେ ସମସ୍ୟା ହେଉଛି । ଫଳରେ ପାଠ ଛାଡ଼ିବାକୁବାଧ୍ୟ ହେଉଛନ୍ତି ପିଲାଏ ।ସୁରଙ୍ଗୀ ଗ୍ରାମର ରାଜା ପାତ୍ର ଜଣେ ମେଧାବୀଛାତ୍ର ।

୨୦୨୩ ମସିହାରୁ ସେ ପୃଷ୍ଠପୋଷକତାପାଇଁ ଆବେଦନ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମିଳିନାହିଁ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ସେ ବହୁ କଷ୍ଟରେପଢ଼ିଲେ ଏବଂ ଶେଷରେ ପେଟ ପୋଷିବା ପାଇଁପାଠ ଛାଡ଼ିବାକୁ ବାଧ୍ୟ ହେଲେ । ଏ ସମ୍ପର୍କରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ କହିଛନ୍ତି,ପୃଷ୍ଠପୋଷକତା ପାଇଁ ଏବେ ୨୫ ଲକ୍ଷ ଟଙ୍କା ଆସିବାପରେ ଟ୍ରେଜେରୀକୁ ଦିଆଯାଇଛି । ୯୮ ଜଣ ପିଲାବକେୟା ପ୍ରୋତ୍ସାହନ ରାଶି ଦିନେ ଦୁଇ ଦିନ ଭିତରେପାଇଯିବେ । ଅନ୍ୟପକ୍ଷରେ ଆକାଉଣ୍ଟରେ ଏବେଆଉ ଟଙ୍କା ନାହିଁ । ଟଙ୍କା ଆସିଲେ ନୂଆ ପିଲାଙ୍କୁପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।