ବ୍ରହ୍ମପୁର ୦୮।୦୨ : ବିକ୍ରମ ପଣ୍ଡା । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଜରୀ ପରେ ଦନ୍ତ ଓପିଡିରେ ଯାଇ ଡାକ୍ତରକୁ ଦେଖାଇଲେ।
ଆହୁରି ପଢନ୍ତୁ-ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି: ସମବାୟ ମନ୍ତ୍ରୀ
ତେବେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୪ ଜଣ ଗିରଫ ହୋଇଥିଲେ । ଏଥିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଥିଲେ । ତେବେ ଦୀର୍ଘ ଦିନ ଧରି ଜେଲ୍ରେ ରହିବା ପରେ ହଠାତ୍ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଏହି ସମୟରେ ବିକ୍ରମ ପଣ୍ଡା ବୟାନ ଦେଇଛନ୍ତି ଯେ, ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ । ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫଶାଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ତେଣୁ ମୋତେ ନ୍ୟାୟ ମିଳିବ । ଜଗନ୍ନାଥ ମୋ ସହ ଅଛନ୍ତି, ମୋତେ ନ୍ୟାୟ ମିଳିବ ।
ପ୍ରକାଶ ଥାଉକି, କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ମୋଟ୍ ୧୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।