ଭୁବନେଶ୍ୱର,୦୮/୧୧: ଅନ୍ୟତମ ଅଗ୍ରଣୀ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପ ଇଆଇସିଏମ୍ଏ ୨୦୨୪ରେ ବିଭିନ୍ନ ବର୍ଗର ଆକର୍ଷଣୀୟ ଉଚ୍ଚ ଭରସାଯୋଗ୍ୟ ନୂତନ ମୋଟର୍ସାଇକେଲ ଏବଂ ଏକ ଇଲେକ୍ଟ୍ରିକ୍ ସ୍କୁଟରର ଅନାବରଣ କରିଛି । ୨୦୨୪ ଦ୍ୱିତୀୟାର୍ଦ୍ଧରେ କମ୍ପାନି ୟୁରୋପ ଏବଂ ୟୁକେର ଏହାର ବିବିଧ ଯୋଜନାର ଘୋଷଣା କରିଛି ।
"ବି ଦ ଫ୍ୟୁଚର୍ ଅଫ୍ ମୋବିଲିଟି' ଏଭଳି ଏକ ଦୂରଦୃଷ୍ଟି ସହିତ ଏକାଠି ହୋଇ ହିରୋ ମୋଟୋକର୍ପ ଏହାର ପ୍ରିମିୟମ ଦୂରତାର ନୂତନ ପ୍ରସ୍ଥାବିତ ଇଣ୍ଟରନାଲ କମ୍ବସନ ଇଞ୍ଜିନ (ଆଇସିଇ) ତଥା ପୁରସ୍କାର ବିଜେତା ଇଲେକ୍ଟ୍ରିକ ଯାନ, ସର୍ଜ ଏସ୍୩୨, ଏଫ୍ଆଇଏମ ବିଶ୍ୱ ଚାମ୍ପିୟନସିପ୍ ବିଜେତା ରୋମାଂଚକର ମେସିନ ହିରୋ ୪୫୦ ର୍ୟାଲି ତଥା ପଥ ବିସ୍ଫୋରକ ଇଲେକ୍ଟ୍ରିକ ପ୍ରସଙ୍ଗକୁ ଏଠାରେ ପ୍ରଦର୍ଶିତ କରିଛି ।
ବିଶେଷତ୍ୱକାରୀ ଜୟଯାତ୍ରାକୁ ଆହୁରି ଆଗକୁ ବଢ଼ାଇ ତଥା ଏହାର ଉତ୍ପାଦ ପୋର୍ଟଫୋଲିଓର ନୂଆ ବିଭାଗକୁ ଅଧିକ ପ୍ରସାରିତ କରି ହିରୋ ମୋଟୋକର୍ପ ୩ଟି ନୂତନ ମୋଟରସାଇକେଲର ଅନାବରଣ କରିଛି ଯଥା- ଏକ୍ସପଲ୍ସ୨୧୦, ଦି ଏକ୍ସଟ୍ରିମ୍୨୫୦ଆର୍ ଏବଂ କରିଜ୍ମା ଏକ୍ସଏମ୍ଆର୨୫୦ ।