ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇସ୍ରାଏଲ ଉପରେ ହିଜବୁଲ୍ଲାର ଆକ୍ରମଣ, ୯୦ରୁ ଅଧିକ ରକେଟ ମାଡ଼ କରିଥିବା ସୂଚ଼ନା

Published By : Anindita Ratha | November 12, 2024 8:40 AM

ନୂଆଦିଲ୍ଲୀ,୧୨/୧୧: ମଧ୍ୟପ୍ରାଚ୍ୟ ଅଶାନ୍ତ । ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା। ଇସ୍ରାଏଲ ଉପରେ  ୯୦ରୁ ଅଧିକ ରକେଟ ମାଡ଼ କରିଛି ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା  । ତେବେ  ଇସ୍ରାଏଲର ହୈଫାକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି ଓ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଗାଡ଼ିରେ ନିଆଁ ଲାଗି ଯାଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। 

ତେବେ ଲେବାନନର ସୀମାରୁ ହେଜବୁଲ୍ଲା ଏକାକାଳୀନ ୯୦ରୁ ଅଧିକ ରକେଟ ମାଡ଼ କରିବାରୁ ଇସ୍ରାଏଲ ବିଭିନ୍ନ ସ୍ଥାନରେ ସାଇରନ ବାଜିବା ଆରମ୍ଭ ହୋଇଥିଲା। ସାଇରନ ବାଜୁଥିବାବେଳେ ଲୋକମାନେ ବଙ୍କରରେ ଭିତରେ ପଶିବା ଆରମ୍ଭ କରିଥିଲେ। ଅନେକ ରକେଟକୁ ଇସ୍ରାଏଲ ସେନା ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଧ୍ୱଂସ କରିଦେଇଥିବା ବେଳେ କିଛି ରକେଟ ଆବାସିକ ଅଞ୍ଚଳ ଓ ଇସ୍ରାଏଲ ସେନା କ୍ୟାମ୍ପରେ ମାଡ଼ ହୋଇଥିବା ଖବର ମିଳିଛି। ତେଣୁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ପ୍ରାଥମିକ ସୂଚନା ଅନୁସାରେ, ହେଜବୁଲ୍ଲାର ରକେଟ ମାଡ଼ରେ ଜଣେ ଶିଶୁଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ତାଙ୍କ ସ୍ଥାନ ନୈମ କ୍ୱାସୀମ ସଂଗଠନର ନୂଆ ମୁଖ୍ୟ ହୋଇଥିଲେ। ନସରଲ୍ଲାଙ୍କ ମୃତ୍ୟୁ ପରେ ହେଜବୁଲ୍ଲା ସାମନ୍ୟ ଥଣ୍ଡା ପଡ଼ି ଯାଇଥିବା ବେଳେ ଗତକାଲି ପୁଣି କରାଯାଇଛି ଇସ୍ରାଏଲକୁ ଟାର୍ଗେଟ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.