ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇକୋସେନସିଟିଭ ଜୋନରେ ଇଟାଭାଟି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Gurupada Nath | January 16, 2025 11:28 PM

ନୀଳଗିରି,୧୬/୧ : ଇକୋ ସେନସେଟିଭ ଜୋନରେ ଚାଲିପାରିବନି ଇଟାଭାଟି। ଇଟା ତିଆରି କାର୍ଯ୍ୟକଳାପକୁ କୌଣସି ପ୍ରକାର ଅନୁମତି ନାହିଁ । ଯେଉଁମାନେ ଇଟାଭାଟି ଚଳାଉଛନ୍ତି ଦୁଇ ସପ୍ତାହ ଭିତରେ ସାଇଟ ସଫା କରିଦିଅ। ଜିଲ୍ଲାପାଳଙ୍କୁ ମଧ୍ୟ ଇଟାଭାଟି ବିରୁଦ୍ଧରେ ପଦକ୍ଷେପ ନେଇପାରିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଆଜି ଶୁଣାଇଛନ୍ତି ହାଇକୋର୍ଟ । 

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଇକୋ ସେନସେଟିଭ ଯୋନରେ ବେଆଇନ ଚିମିନି ଓ ଚଦର ଇଟାଭାଟି ଚାଲି ଆସୁଥିଲା। ପ୍ରଶାସନ ତଟଫରୁ ସେଭଳି କାର୍ଯ୍ୟାନୁଷ୍ଠାନ ହେଉନଥିବାବେଳେ ବହୁ ପୂର୍ବରୁ ମାମଲା ହାଇକୋର୍ଟରେ ବିଚାରଧୀନ ଥିଲା। ଗତବର୍ଷ ସନ୍ତରାଗଡ଼ିଆ ଅଞ୍ଚଳର ଇଟାଭାଟିକୁ ତହସିଲଦାର ବେଆଇନ ଦର୍ଶାଇ ଭାଙ୍ଗିଦେଇଥିଲେ । ଇଟାଭାଟିରେ ମାଲିକ ହରିଶ୍ଚନ୍ଦ୍ର ଜେନା ନ୍ୟାୟ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଇକୋ ସେନସେଟିଭ ଜୋନରେ ଅନେକ ଇଟାଭାଟି ଅଛି କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ଏ ନେଇ ଯୁକ୍ତି ବାଢିଥିଲେ।

ପୁଣି ଅନ୍ୟ ଇଟାଭାଟି ମାଲିକ ମାନେ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବେଆଇନ ଇଟାଭାଟି ମାଲିକ ହାଇକୋର୍ଟରେ କରିଥିବା ମାମଲା ଡିସପୋଜ କରିଥିବାବେଳେ ଜିଲ୍ଲାପାଳଙ୍କୁ ଇଟାଭାଟି ବନ୍ଦ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ଶ୍ରୀ ଜେନାଙ୍କ ତରଫରୁ ଆଇନଜୀବୀ ସମୀର କୁମାର ମିଶ୍ର ଲଢୁଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.