ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

୧୫ ହଜାର ଫୁଟ୍ ଉଚ୍ଚତାରୁ ଟାର୍ଗେଟ, ରାତିରେ ମଧ୍ୟ କରିବ ମିସାଇଲରେ ଆଟାକ : ଜାଣନ୍ତୁ ଭାରତୀୟ ସେନାକୁ କେବେ ମିଳିବ ‘ପ୍ରଚଣ୍ଡ’ ?

Published By : Harapriya Biswal | May 25, 2025 6:14 PM

ନୂଆଦିଲ୍ଲୀ,୨୫।୫:  ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (HAL) ନିକଟରେ କମ୍ବାଟ ହେଲିକପ୍ଟର ‘ପ୍ରଚଣ୍ହ’ର ଡିଲ୍ ଘୋଷଣା କରିଥିଲା। ଏହି ଡିଲ୍ ପରେ ଭାରତର ଡିଫେନ୍ସ ସେକ୍ଟର ଆହୁରି ମଜବୁତ ହେବ। ୧୫୬ ହାଲକା ଫାଇଟର ହେଲିକପ୍ଟର କିଣିବା ପାଇଁ ୬୨ ହଜାର କୋଟି ଠଙ୍କାରୁ ଅଧିକ ମୂଲ୍ୟର ଡିଲ୍‌କୁ ମଞ୍ଜୁରୀ ଦିଆଯାଇଛି। ଏହି ହେଲିକପ୍ଟରର ନିର୍ମାଣ କର୍ଣ୍ଣାଟକର ବେଙ୍ଗାଲୁର ଓ ତୁମକୁରରେ କରାଯିବ।  ଚୀନ୍‌ ଓ ପାକିସ୍ତାନର ସୀମାରେ ପରିଚାଳନାକୁ ମଜବୁତ କରିବାରେ ଏହା ସାହାଯ୍ୟ କରିବ।

ତେବେ ଆସନ୍ତୁ ଜାଣି ଏହି ପ୍ରଚଣ୍ଡ ହେଲିକପ୍ଟର କ’ଣ ଓ ଏହା ଭାରତୀୟ ସେନା ପାଇଁ କାହିଁକି ଜରୁରୀ ? ସରକାର ଆତ୍ମ ନିର୍ଭର ଭାରତ ଅଭିଯାନ ଅନୁସାରେ, ମେକ୍ ଇନ୍ ଇଣ୍ଡିଆ ଜରିଆରେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରତା ଆଡକୁ ବଢିବା ଉପରେ ଜୋର ଦେଉଛନ୍ତି। ଏହା ଅନୁସାରେ, ଏହି ‘ପ୍ରଚଣ୍ଡ’ ହେଲିକପ୍ଟରକୁ ତିଆରି କରାଯିବ। HAL ପକ୍ଷରୁ ଭାରତରେ ଡିଜାଇନ୍ ଓ ନିର୍ମାଣ କରାଯାଇଛି। ଏହା ଏକ ମଲ୍ଠି ରୋଲ୍ କମ୍ବାଟ ହେଲିକପ୍ଟର।

୧୯୯୯ ରେ କାର୍ଗିଲରେ ହୋଇଥିବା ଯୁଦ୍ଧ ବେଳେ ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକ ଉଚ୍ଚତା ଥିବା ଅଞ୍ଚଳକୁ ଅପରେଟ୍ କରିବା ପାଇଁ ଷ୍ଟେଲଥ୍ ହେଲିକପ୍ଟରର ଆବଶ୍ୟକତା ଅନୁଭବ କରିଥିଲା। ଏହାପରେ ଏଭଳି ହେଲିକପ୍ଟର ଉପରେ କାମ କରିବା ଆରମ୍ଭ କରିଥିଲା।  ଏହା ୧୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ସହଜରେ କାମ କରିପାରେ। ଏହାର ବିଶେଷ୍ବତ ଉେଛି ହିମାଳୟର ସୀମା ଓ କ୍ଷେତ୍ର ପାଇଁ ଖୁବ୍ ଉପଯୋଗୀ। ଏଥିରେ ଏୟାର-ଟୁ-ଏୟାର ମିସାଇଲ, ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଓ ରକେଟ୍ ଲଗାଯାଇପାରେ। ‘ପ୍ରଚଣ୍ଡ’ ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିବାର ଶକ୍ତି ରଖିଥାଏ। ଏହା ଦୁନିଆର ଏକମାତ୍ର ଷ୍ଟେଲଥ୍ ହେଲିକପ୍ଟର, ଯାହାକ ୧୬ ହଜାର ୪୦୦ ଫୁଟ ଉଚ୍ଚତାକୁ ଉଡାଇ ଭରିପାରେ। 

‘ପ୍ରଚଣ୍ଡ’ ନାଇଟ୍ ଭିଜନ୍ ଓ ଇନଫାରେଡ୍ ସିଷ୍ଟମ ଲାଗିଛି। ଯାହାଫଳରେ ଅନ୍ଧାରରେ ମଧ୍ୟ ସଠିକ୍ ଆକ୍ରମଣ କରିପାରିବ। ବଦଳୁଥିବା ଟେକ୍ନୋଲୋଜିକୁ ଧ୍ୟାନରେ ରଖି ଏହାକୁ ରାଡାର ଓ୍ବାର୍ଣ୍ଣିଂ ରିସିଭର, ମିସାଇଲ ଆପ୍ରୋଚ ଓ୍ବାର୍ଣ୍ଣିଂ ସିଷ୍ଟମ ଓ ଲେଜର ଓ୍ବାର୍ଣ୍ଣିଂ ସିଷ୍ଟମ ଭଳି ଉନ୍ନତ ଡିଫେନ୍ସ ସିଷ୍ଟମରେ ସୁସଜ୍ଜିତ ରଖାଯାଇଛି। ଏହାର ସର୍ବାଧିକ ସ୍ପିଡ୍ ୨୮୮ ମାଇଲ୍ ପ୍ରତି ଘଣ୍ଟା। ଅର୍ଥାତ ପ୍ରାୟ ୪୬୩ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହେବ । ହାଲକା ଫାଇଟର ହେଲିକପ୍ଟରର ପ୍ରଥମ ପ୍ରୋଟୋଟାଇପ୍ ମାର୍ଚ୍ଚ ୨୦୧୦ ରେ ପ୍ରଥମ ଥର ଉଡାଣ ଭରିଥିଲା। ଏହାକୁ ସିଆଚୀନ୍ ଗ୍ଲାସିୟର ସହିତ ଉଚ୍ଚତା ଥିବା ଅଞ୍ଚଳରେ ସଫଳତାପୂର୍ବକ ଉଡାଣ ଓ ଅବତରଣର କ୍ଷମତାକୁ ପ୍ରଦର୍ଶନ କରିଥିଲା। ଏହି ହେଲିକପ୍ଟର ମିଳିବା ପରେ ଭାରତ ନିଜ ଶତ୍ରୁ ଦେଶ ଚୀନ୍ ଓ ପାକିସ୍ତାନ ବିରୋଧରେ ରଣନୈତିକ ସ୍ତରରେ ଆଗକୁ ବଢିବାର କ୍ଷମତା ପାଇବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.